କୃଷକଙ୍କୁ ଦକ୍ଷତା ବିକାଶ ତାଲିମ ଦେବେ ସରକାର

ନୂଆଦିଲ୍ଲୀ : କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କ ଦକ୍ଷତା ବିକାଶ ପାଇଁ ଭାରତ ସରକାରଙ୍କ ଜାତୀୟ ସ୍କିଲ୍‌ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌(ଏନ୍‌ଏସ୍‌ଡିସି) ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନାରେ ପ୍ରଥମେ ମହାରାଷ୍ଟ୍ରର ୨.୮୨ ଲକ୍ଷ କୃଷକଙ୍କୁ ଆବଶ୍ୟକ ତାଲିମ୍‌ ଯୋଗାଇ ଦିଆଯିବ। ଏହା ମହାରାଷ୍ଟ୍ର ଷ୍ଟେଟ୍‌ ସ୍କିଲ୍‌ ଡେଭଲପ୍‌ମେଣ୍ଟ ସୋସାଇଟିର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବ। ସେମାନଙ୍କୁ ମିଳିତ କୃଷି ଉପରେ ତାଲିମ୍‌ ଦିଆଯିବ। ଏହା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ ହେବ।

ଏହି ଯୋଜନା ଅନ୍ତର୍ଗତ କୃଷକଙ୍କୁ ୧୬ ମାସର ତାଲିମ୍‌ ପ୍ରଦାନ କରାଯିବ। ଏହା ସହିତ ୬୮ ଘଣ୍ଟାର ବ୍ରିଜ୍‌ ପାଠ୍ୟକ୍ରମ ପ୍ରଦାନ କରାଯିବ। ସେମାନଙ୍କୁ ବଜାର ଭିତିକ ୩-୫ ଯୋଜନା ପ୍ରଦାନ କରାଯିବ। ନବୀନତମ ପ୍ରୟାସ ମାଧ୍ୟମରେ ଦକ୍ଷତା ବିକାଶ ଏବଂ ଆତ୍ମ ନିର୍ଭରଶୀଳତା ବୃଦ୍ଧିର ପ୍ରୟାସ ଏହା ଦ୍ୱାରା କରାଯିବ। ଏହି ପାଠ୍ୟକ୍ରମରେ କୃଷି ଭାଲ୍ୟୁ ଚେନ୍‌ ଏବଂ ବିକଶିତ ମାର୍କେଟ ସୁବିଧା ଉପଲବ୍ଧ କରାଯିବାର ପ୍ରୟାସ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୃଷକଙ୍କ ଆର୍ଥିକ ବିକାଶ ଧାରା ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଆଧୁନିକ କୃଷି ପ୍ରଣାଳୀର ଉପଯୋଗ ମାଧ୍ୟମରେ ସେମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଏହାର ପ୍ରମୁଖ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଆଧାରରେ ମହାରାଷ୍ଟ୍ର ସରକାର ୨୦୨୨୨ ସୁଦ୍ଧା ୪୫ ନିୟୁତ ଲୋକଙ୍କୁ ତାଲିମ୍‌ ଦେବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାଦ୍ୱାରା ରାଜ୍ୟର କୃଷକଙ୍କ ଆର୍ଥିକ ବିକାଶ ସହିତ ଅନ୍ତର୍ଭୁକ୍ତିକରଣ ଯୋଜନା କାର୍ଯ୍ୟକାରୀ ହୋଇପାରିବ।

ସମ୍ବନ୍ଧିତ ଖବର