ନୂଆଦିଲ୍ଲୀ : ଆଜି ଦିଲ୍ଲୀର ଲାଲକିଲ୍ଲାରେ କେତେକ ଆନ୍ଦୋଳନକାରୀ ଜାତୀୟ ପତାକାକୁ ଅବମାନନା କରି ଶିଖ ଧାର୍ମିକ ପତାକା ଉଡ଼ାଇବା ପରେ ତାହାକୁ ନେଇ ସାରା ଦେଶରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଶେଷକରି ଜଣେ ଯୁବକ ଲାଲକିଲ୍ଲା ଆଗରେ ଥିବା ଏକ ଖୁମ୍ବରେ ଚଢି ଧାର୍ମିକ ପତାକା ଉଡ଼ାଇବା ସହ  ତ୍ରିରଙ୍ଗାକୁ ଫିଙ୍ଗିଦେବା ଘଟଣା ନେଇ ଲୋକମାନେ ଭୀଷଣ ଅସନ୍ତୁଷ୍ଟ ଥିବା ଜଣାଯାଇଛି । ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିଭିନ୍ନ ମହଲରୁ ଏହି ଘଟଣାକୁ ନିନ୍ଦା କରାଯାଇଛି । ବିଜେପି ମୁଖପାତ୍ର ସଂବିତ ପାତ୍ର ଟ୍ବିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି ।

Advertisment

ଅନ୍ୟପକ୍ଷରେ ଆଜିର ହିଂସାତ୍ମକ ଆନ୍ଦୋଳନରେ ଦିଲ୍ଲୀ ପୁଲିସର ପ୍ରାୟ ୮୨ଜଣ ଯବାନ ଓ ଅଧିକାରୀ ଆହତ ହୋଇଥିବା ଜଣାଯାଇଛି । ଦିଲ୍ଲୀ ପୁଲିସର ଅନୁରୋଧ କ୍ରମେ ସରକାର ସେଠାରେ ଅତିରିକ୍ତ ଅର୍ଦ୍ଧସାମରିକ ବଳ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାତ୍ର ଦିଲ୍ଲାରେ ଏବେ ବି ପ୍ରାୟ ୧୫ ହଜାର ଶିଖ କୃଷକ ଅଛନ୍ତି ବୋଲି ଦିଲ୍ଲୀ ପୁଲିସ କହିଛି । ସେମାନଙ୍କୁ ଫେରିଯିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି ।