ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ପଞ୍ଜାବ ଓ ହରିୟାଣା କୃଷକଙ୍କ ଆନ୍ଦୋଳନ ଆଜି ୬ଷ୍ଠ ଦିନରେ ପହଞ୍ଚିଛି । ଗତ କାଲି ରାତିରେ କେନ୍ଦ୍ର ସରକାର କୃଷକ ସଂଗଠନଗୁଡ଼ିକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିବା ପରେ ଆନ୍ଦୋଳନକାରୀ କୃଷକ ସଂଗଠନଗୁଡ଼ିକ ଆଜି ଏ ସମ୍ପର୍କରେ ବିଚାର କରୁଥିବା ଜଣାଯାଇଛି । ସରକାରଙ୍କ ଆଲୋଚନା ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବାକୁ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଏକ ବୈଠକ ଡକାଯାଇଛି ।

Advertisment

ଗତ କାଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ । ମଙ୍ଗଳବାର ଅପରାହ୍ଣରେ ଦିଲ୍ଲୀର ବିଜ୍ଞାନ ଭବନଠାରେ ଏହି ଆଲୋଚନା ପାଇଁ ଧାର୍ଯ୍ୟ କରାଯାଇଛି ।

ଅନ୍ୟପକ୍ଷରେ ଏହି ବୈଠକ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା, କୃଷିମନ୍ତ୍ରୀ ତୋମାର ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି ।

କୃଷକ ଆନ୍ଦୋଳନକୁ କାନାଡା ପ୍ରଧାନମନ୍ତ୍ରୀଙ୍କ ସମର୍ଥନ

publive-image

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ସମର୍ଥନ କରି କହିଛନ୍ତି ଯେ କାନାଡା ସବୁବେଳେ  ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ସମର୍ଥନ କରିବ। ଭାରତୀୟ କୃଷକଙ୍କ ଆନ୍ଦୋଳନକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି ।