ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଆଉ ଜଣେ ଆନ୍ଦୋଳନରତ ଚାଷୀ ବିଷ ପିଇ ମୃତ୍ୟୁବରଣ କରିଛନ୍ତି। ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ବିଷ ପିଇ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ଏହାଫଳରେ ଶମ୍ଭୁ ସୀମାରେ ବିଷ ପିଇ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ମୃତ୍ୟୁବରଣ କରିଥିବା ଚାଷୀଙ୍କ ନାଁ ରେଶମ ସିଂହ। ଶମ୍ଭୁ ମୋର୍ଚ୍ଚାରେ ରେଶମ ସୁଲଫା ଖାଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଜପୁରା ସ୍ଥିତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରେଶମ ସିଂହ ହେଉଛନ୍ତି ଜଗତାର ସିଂଙ୍କ ପୁଅ। ସେ ତରତାରଣ ଜିଲ୍ଲାର ପାହୁ ୱିଣ୍ଡର ବାସିନ୍ଦା ଥିଲେ।
ଶମ୍ଭୁ ସୀମାରେ ବିଷ ପିଇଲେ ଚାଷୀ, ଡାକ୍ତରଖାନାରେ ମୃତ୍ୟୁ
ଶମ୍ଭୁ ସୀମାରେ ଆଉ ଜଣେ ଆନ୍ଦୋଳନରତ ଚାଷୀ ବିଷ ପିଇ ମୃତ୍ୟୁବରଣ କରିଛନ୍ତି। ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ବିଷ ପିଇ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ଏହାଫଳରେ ଶମ୍ଭୁ ସୀମାରେ ବିଷ ପିଇ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)