ରାଜସ୍ଥାନରେ କୃଷକଙ୍କ ଆତ୍ମହତ୍ୟା: ଗେହଲଟ ଏବଂ ପାଇଲଟ୍‌ଙ୍କୁ ଦାୟୀ କଲେ

ଜୟପୁର: ରାଜସ୍ଥାନର ଶ୍ରୀଗଂଗାନଗର ଜିଲ୍ଲାରେ ଜଣେ କୃଷକ ଋଣଛାଡ଼ ନହେବାରୁ ଆତ୍ମହତ୍ୟା କରିବାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଋଣ ନେଇ ସୁଝି ପାରୁନଥିବା ଏହି କୃଷକ ଜଣ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦାୟୀ କରିଥିଲେ। ସେମାନେ ଋଣଛାଡ଼ ପ୍ରତିଶୃତି ଦେଇ ପ୍ରତାରଣା କରିଥିବାରୁ ସେ ତାଙ୍କ ଜୀବନକୁ ଶେଷ କରିବାକୁ ଯାଉଛନ୍ତି ଏବଂ ଏଥିପାଇଁ ଏହି ଦୁଇ ନେତା ଦାୟୀ ବୋଲି ୪୫ ବର୍ଷୀୟ କୃଷକ ସୋହନଲାଲ କହିଛନ୍ତି।
ଏହି ମାମଲାରେ ପ୍ରତିକ୍ରିୟା ରଖି ପାଇଲଟ୍‌ କହିଛନ୍ତି କୃଷକଙ୍କ ଆତ୍ମହତ୍ୟା ଦୁର୍ଭାଗ୍ୟଜନକ ଏବଂ ଆମେ ଏହି ମାମଲାର ଯାଞ୍ଚ କରୁଛୁ। ଆତ୍ମହତ୍ୟା ପୂର୍ବରୁ ସୋହନଲାଲ କହିଛନ୍ତି ଯେ ଋଣଛାଡ଼ ପାଇଁ ଘୋଷଣା କରିଥିବା ଗେହଲଟ ସରକାରଙ୍କ ପ୍ରତାରଣା ଯୋଗୁଁ ସେ ନିଜକୁ ଶେଷ କରିଦେବାପାଇଁ ନିଷ୍ପତ୍ତି ନେଉଛନ୍ତି । ଏହି ଭିଡିଓ ପୋଷ୍ଟ୍‌ କରିବା ପରେ ସୋହନଲାଲ ବିଷ ପାନ କରିଥିଲେ।

ସମ୍ବନ୍ଧିତ ଖବର