ଲକଡାଉନ ସମୟରେ ଚାଷୀମାନେ ବିଲରେ କାମ କରିପାରିବେ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାଭାଇରସ ମହାମାରୀ ଯୋଗୁଁ ଦେଶବ୍ୟାପୀ ଘୋଷିତ ଲକଡାଉନ୍ ସମୟରେ ଦେଶର ଲକ୍ଷ ଲକ୍ଷ ଚାଷୀ ସେମାନଙ୍କ କ୍ଷେତରେ କାମ କରି ପାରିବେ ବୋଲି ଶନିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି ।

ଏଥି ନିମନ୍ତେ ଲାଗୁ କରାଯାଇଥିବା ନୀତିନିୟମ ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ସରକାରୀସୂତ୍ରରୁ ଜଣାପଡ଼ିଛି ।

Image Source: Hindustan Times

ଦେଶବ୍ୟାପୀ ଜାରି କରାଯାଇଥିବା ଲକଡାଉନ୍ ସମ୍ବନ୍ଧୀୟ ମୂଳ ବିଜ୍ଞପ୍ତିକୁ ସଂଶୋଧନ କରି କେନ୍ଦ୍ର ସରକାର ଚାଷକାମକୁ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ତାଲିକାଭୁକ୍ତ କରିଛନ୍ତି । ଏଥିରେ ରହିଛି ଫସଲ ଅମଳ, ଅମଳ ଫସଲର ପରିବହନ, ପାଇକାରୀ ବଜାର ଏବଂ ଖାଦ୍ୟ ବର୍ଗୀକରଣ ପ୍ରଭୃତି କାର୍ଯ୍ୟ ।

Image Source: Hindustan Times

ମହାମାରୀ ଚାଲିଥିବା ବେଳେ କୃଷିକାର୍ଯ୍ୟ ଉପରୁ ହଟିଥିବା କଟକଣା ଆଦେଶକୁ କିଭଳି ନିରାପଦ ଉପାୟରେ ଲାଗୁ କରାଯାଇ ପାରିବ ତାହା ରାଜ୍ୟ ସରକାର ସ୍ଥିର କରିବେ ।
ମାର୍ଚ ୨୪ ତାରିଖ ମଙ୍ଗଳବାର ଦିନ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ କଟକଣା ଘୋଷଣା କରିଥିଲେ । ଫଳରେ ବିମାନ, ରେଳ ଓ ଅନ୍ତଃରାଜ୍ୟ ବସ୍ ସମେତ ସର୍ବସାଧାରଣ ପରିବହନ ସ୍ଥାଣୁ ପାଲଟି ଯାଇଛି ।

କେବଳ ଅତ୍ୟାବଶ୍ୟକ ସେବା ଚାଲୁ ରହିବ ବୋଲି ସରକାର ଗୃହମନ୍ତ୍ରାଳୟ ଘୋଷଣା କରିଛି ।

ସମ୍ବନ୍ଧିତ ଖବର