ଯୁବ ଜଳବାୟୁ କର୍ମୀ ଦିଶା ରବିଙ୍କ ଗିରଫକୁ ନିନ୍ଦା, ଫେବ୍ରୁଆରି ୧୮ରେ ସାରା ଭାରତରେ ରେଳ ରୋକ୍ କରିବେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଯୁବ ଜଳବାୟୁ କର୍ମୀ ଦିଶା ରବିଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିବା ପରେ ଦିଶାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି ଆନ୍ଦୋଳନରତ କୃଷକ। ଏକ ପ୍ରେସ ବାର୍ତ୍ତା ପ୍ରକାଶ କରି ମିଳିତ କୃଷକ ସଂଗଠନ ରବିଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ତାଙ୍କୁ ମୁକ୍ତ କରିବାକୁ ଦାବି କରିଛି।

ପ୍ରେସ ବାର୍ତ୍ତା ଅନୁଯାୟୀ, ଚାଲୁଥିବା କୃଷକ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ସରକାରଙ୍କ ଦ୍ୱାରା ପୁଲିସର କ୍ଷମତାର ଅପବ୍ୟବହାରକୁ ନେଇ ମିଳିତ କୃଷକ ସଂଗଠନ ଗଭୀର ଚିନ୍ତିତ ଏବଂ ଦୁଃଖିତ। ଉପଯୁକ୍ତ ପ୍ରକ୍ରିୟା ପାଳନ ନକରି ଯୁବ ଜଳବାୟୁ କର୍ମୀ ଦିଶା ରବିଙ୍କ ଗିରଫଦାରୀକୁ ନିନ୍ଦା କରୁଛୁ ଏବଂ ବିନା କୌଣସି ସର୍ତ୍ତରେ ତାଙ୍କ ଜାମିନ ପାଇଁ ଦାବି କରୁଛୁ।

Image result for Farmers condemn Disha Ravi's arrest, call Rail Roko on Feb 18
The Hindu

ପ୍ରେସ ବାର୍ତ୍ତାରେ ଆହୁରି ମଧ୍ୟ କୁହାଯାଇଛି ଯେ, ଜଳବାୟୁ କାର୍ଯ୍ୟକର୍ତ୍ତାମାନେ କୃଷକଙ୍କ ବିରୋଧକୁ ସମର୍ଥନ କରୁଛନ୍ତି, କାରଣ ତିନିଟି ନୂତନ କୃଷି ନିୟମ ଯୋଗୁଁ କୃଷକମାନେ ଆଗକୁ ଅଧିକ ପରିବେଶ ଅସୁରକ୍ଷିତ କରିବା କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ଏହା ସହ ଫେବ୍ରୁଆରି ୧୮ରେ ସାରା ଭାରତରେ ୪ଘଣ୍ଟା ପାଇଁ ରେଳ ରୋକ୍ କରିବାକୁ କହିଛନ୍ତି ଆନ୍ଦୋଳନରତ କୃଷକ।

ଅନ୍ୟପକ୍ଷରେ, ଦିଶାଙ୍କ ଗିରଫକୁ ନେଇ ଅନେକ ସେଲିବ୍ରିଟି ଏବଂ ରାଜନେତା ଦିଲ୍ଲୀ ପୁଲିସକୁ ସମାଲୋଚନା କରିବା ପରେ ଆଜି ଦିଲ୍ଲୀ ପୁଲିସ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛି । ଟୁଲକିଟ ସମ୍ପାଦନା କରିବାରେ ଦିଶାଙ୍କ ସହ ନିକିତା ଜାକୋବ ଏବଂ ଶାନ୍ତନୁ ମୁଲୁକ ସାମିଲ ଥିଲେ। କାନାଡାର ଜଣେ ମହିଳା ପୁନିତ, ନିକିତା ଯାଦବ, ଦିଶା ରବି ଏବଂ ଶାନ୍ତନୁଙ୍କୁ ପୋଏଟିକ ଜଷ୍ଟିସ ଫାଉଣ୍ଡେସନ ସହ ଯୋଗାଯୋଗ କରାଇଥିଲେ। ଜାନୁଆରି ୧୧ରେ ସେମାନଙ୍କର ଏକ ଜୁମ୍ ମିଟିଂ ହୋଇଥିଲା। ପରେ ନିକିତା ଯାଦବ, ଦିଶା ରବି ଏବଂ ଶାନ୍ତନୁ ଟୁଲକିଟ ତିଆରି କରି ଏହାକୁ ଗ୍ରେଟାଙ୍କୁ ପଠାଇଥିଲେ।

ସମ୍ବନ୍ଧିତ ଖବର