ଭୋପାଳ: ମଧ୍ୟପ୍ରଦେଶର ଜଣେ କୃଷକ ଋଣଭାର ସହିନପାରି ଆତ୍ମହତ୍ୟା କରିଦେବା ଘଟଣା କୃଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ହୋସାଙ୍ଗାବାଦ୍ଠାରୁ ୮୦ କିମି ଦୂର ଗଦାଘାଟର କୃଷକଙ୍କ ବ୍ରଜମୋହନଙ୍କ ଉପରେ ୪ ଲକ୍ଷ ଟଙ୍କାର ଋଣଭାର ଥିଲା। ସେ କିସାନ୍ କାର୍ଡ ଯୋଜନା ଅଧୀନରେ ୪ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଗତବର୍ଷ ସେ ଯେଉଁ ଶସ୍ୟ ବିକିଥିଲେ ତା’ର ମୂଲ୍ୟ ମଧ୍ୟ ଏଯାବତ୍ ପାଇନଥିଲେ। ଘୋର ଆର୍ଥିକ ସଙ୍କଟ ଯୋଗୁଁ ବ୍ରଜମୋହନ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଭାଇ ମଦନଲାଲ୍ ପଟେଲ୍ କହିଛନ୍ତି।
କୃଷକଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/07/Suicide1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)