ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ କୃଷକନେତାଙ୍କ ବିଚାରବିମର୍ଷ ଜାରି, ଆନ୍ଦୋଳନ ଜାରି ରଖିବାକୁ କେତେକ କୃଷକନେତାଙ୍କ ଜିଦ୍

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ନୂଆ କୃଷି ଆଇନ ଉପରେ ସ୍ଥଗିତାଦେଶ ଲଗାଇବା ପରେ କୃଷକ ନେତାମାନେ ଆଉ କିଛି ସମୟପରେ ଦିଲ୍ଲୀର ସିଙ୍ଗୁ ସୀମାରେ ଏକ ବୈଠକ କରି କୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାରବିମର୍ଷ କରିବେ । ଏହି ବୈଠକରେ ଆନ୍ଦୋଳନ ସମ୍ପର୍କରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।

ତେବେ କେତେକ କୃଷକ ନେତା କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଦୋଳନସ୍ଥଳୀକୁ ଖାଲି କରାଯିବ ନାହିଁ । ଜାନୁଆରି ୨୬ରେ ଟ୍ରାକ୍ଟର ଶୋଭାଯାତ୍ରା କରାଯିବ ।

କୃଷକମାନଙ୍କ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଆଜି ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ୪ ଜଣ ସଦସ୍ୟ ଅଛନ୍ତି । ସେମାନେ ହେଲେ କୃଷି ଅର୍ଥନିତିଜ୍ଞ ଡ. ଅଶୋକ ଗୁଲାଟି, ଭାରତ କିଷାନ ୟୁନିୟନ ସଭାପତି ଡ.ଜିତେନ୍ଦ୍ର ସିଂ ମାନ, ଅନ୍ତର୍ଜାତୀୟ ନୀତି ବିଶେଷଜ୍ଞ ଡ. ପ୍ରମୋଦ ଯୋଶୀ ଓ ମହାରାଷ୍ଟ୍ର ଶିବକେରୀ ସଂଗଠନର ସଦସ୍ୟ ଅନୀଲ ଧନବତ୍ ।

ଏହି କମିଟି ନୂଆ ଆଇନ, କୃଷକମାନଙ୍କ ଆପତ୍ତି ଅଭିଯୋଗ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି କୋର୍ଟଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ । ଯେଉଁମାନେ ଏହି ସମସ୍ୟାର ସମାଧାନ ଚାହାନ୍ତି ସେମାନେ ନିଜର ସମସ୍ୟାକୁ ନେଇ କମିଟି ନିକଟକୁ ଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସମ୍ବନ୍ଧିତ ଖବର