କରୋନା ପରୀକ୍ଷା କରିବାକୁ ରାଜି ହେଉନାହାନ୍ତି ଧାରଣାରେ ବସିଥିବା କୃଷକ, ପ୍ରଶାସନ ଚିନ୍ତାରେ

ନୂଆଦିଲ୍ଲୀ : ଦିଲ୍ଲୀର ସିଙ୍ଗୁ ସୀମାରେ ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହି କୃଷକମାନେ ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ପାଳନ କରୁନଥିବାବେଳେ କରୋନା ପରୀକ୍ଷା କରିବାକୁ ମଧ୍ୟ ମନା କରିଦେଇଛନ୍ତି ।

ହରିୟାଣାର ସୋନିପତ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କ କରୋନା ପରୀକ୍ଷା ପାଇଁ ଦୁଇଟି କାଉଣ୍ଟର ଖୋଲାଯାଇଥିବାବେଳେ ଅଳ୍ପ କିଛି ଚାଷୀ ହିଁ ସେଠାକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସୁଛନ୍ତି । ମାତ୍ର ସେମାନେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ ମଧ୍ୟ କରୋନା ପରୀକ୍ଷା କରିବାକୁ ରାଜି ହେଉନାହାନ୍ତି ।

ସୋନିପତର ଡେପୁଟୀ କମିଶନର ଶ୍ୟାମ ଲାଲ ପୁନିଆ କହିଛନ୍ତି ଯେ ସେଠାରେ ଥିବା ହଜାର ହଜାର କୃଷକଙ୍କ ମଧ୍ୟରୁ ଦିନକୁ ପ୍ରାୟ ୭୦ରୁ ୯୦ ଜଣ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଜ୍ୱର, ଶରୀର ଦରଜ, ଉଚ୍ଚ ରକ୍ତଚାପ ଆଦି ଲକ୍ଷଣ ରହିଛି । ଏଣୁ ସେମାନଙ୍କର କରୋନା ସଂକ୍ରମଣ ଥିବା ଅସ୍ୱୀକାର କରାଯାଇନପାରେ ।

ସେ କହିଛନ୍ତି ଯେ ସେମାନଙ୍କୁ କରୋନା ପରୀକ୍ଷା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ରାଜି ହେଉନାହାନ୍ତି । ଏପରିକି ସେମାନେ ମାସ୍କ ପିନ୍ଧୁନାହାନ୍ତି ଅଥବା ସାମାଜିକ ଦୂରତ୍ୱ ପାଳନ କରୁନାହାନ୍ତି ।

 

ସମ୍ବନ୍ଧିତ ଖବର