ଭୋପାଳ: ମଧ୍ୟପ୍ରଦେଶର ସେଓପୁର ଜିଲ୍ଲା ସ୍ଥିତ ଏକ ଗ୍ରାମରେ ଅତି ଅପ୍ରୀତିକର ଘଟଣା ଘଟିଛି। ଜଣେ କୃଷକଙ୍କ ଦ୍ବାରା ଏକ ଗାଈ ଦୁର୍ଘଟଣା ବଶତଃ ମରିଯିବାରୁ ଏଥିପାଇଁ କୃଷକଙ୍କ ସହ ତାଙ୍କ ପରିବାର ସଦସ୍ୟଙ୍କୁ ଗ୍ରାମରୁ ବାସନ୍ଦ ହେବାକୁ ପଡ଼ିଛି। ୩୬ ବର୍ଷୀୟ ଉକ୍ତ କୃଷକଙ୍କ ନାମ ପପୁ ପ୍ରଜାପତି। ସେ ତାଙ୍କ ଟ୍ରାକ୍ଟର୍ ଟ୍ରଲି ପାର୍କିଂ କରୁଥିବା ସମୟରେ ଏହା ଏକ ଗାଈକୁ ଧକ୍କା ଦେଇଥିଲା। ଫଳରେ ଗାଈଟିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଗ୍ରାମ ପଞ୍ଚାୟତ ଏଥିପାଇଁ କୃଷକଙ୍କୁ ଦଣ୍ଡ ଦେଇଛନ୍ତି ଏବଂ ତାଙ୍କୁ ଗ୍ରାମରୁ ବାସନ୍ଦ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp