ସାମ୍ଲି : ଉତ୍ତରପ୍ରଦେଶର ସାମ୍ଲିରେ ଆଜି ନୂଆ କୃଷି ଆଇନ ବିରୋଧରେ ମହାପଂଚାୟତ ଅନୁଷ୍ଠିତ ହୋଇଛି। ସରକାରୀ ଆଦେଶକୁ ଚାଷୀମାନେ ଭୃକ୍ଷେପ ନକରି ମହାପଂଚାୟତରେ ବହୁ ସଂଖ୍ୟାରେ ସମବେତ ହୋଇିଥିଲେ। ପୁଲିସ ପ୍ରଶାସନ ଏଭଳି ସମାବେଶ ପାଇଁ ଅନୁମତି ଦେଇନଥିବା ବେଳେ ଚାଷୀ ନେତାଙ୍କ ଆହ୍ବାନକ୍ରମେ ପ୍ରାୟ ୩୦ ହଜାରରୁ ଅଧିକ ଚାଷୀ ସମବେତ ହୋଇଥିଲେ। ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯିବା ସତ୍ତ୍ବେ ଚାଷୀ ନେତାମାନେ ଲୋକଙ୍କୁ ସମବେତ ହେବପାଇଁ ଆହ୍ବାନ ଦେଇଥିବାରୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଚାଷୀ ସମାବେଶକୁ ବିରୋଧୀ ଦଳମାନେ ସମର୍ଥନ କରିଛନ୍ତି।
ସରକାରୀ ଆଦେଶକୁ ମାନିଲେ ନାହିଁ ଚାଷୀ, ୟୁପିର ସାମ୍ଲି ମହାପଞ୍ଚାୟତରେ ବିପୁଳ ସମାଗମ
/sambad/media/post_attachments/wp-content/uploads/2021/02/up.jpg)
/sambad/media/agency_attachments/2024-07-24t043029592z-sambad-original.webp)