ଆଭିମୁଖ୍ୟ କଠୋର କଲେ ଚାଷୀନେତା, ମୋଦୀ-ଶାହ ଆଲୋଚନା ପାଇଁ ଆସନ୍ତୁ

ଜିନ୍ଦ୍‌ରେ କୃଷକ ମହାପଂଚାୟତ ମଂଚ ଭୁଶୁଡ଼ି ପଡ଼ିଲା, ରାକେଶ ଟିକାୟତଙ୍କ ସମେତ ଅନ୍ୟ ନେତା ସାମାନ୍ୟ ଆହତ

ନୂଆଦିଲ୍ଲୀ: ହରିୟାଣାର ଜିନ୍ଦ ଜିଲ୍ଲା ଅନ୍ତର୍ଗତ କାନ୍ଦେଲାଠାରେ ବୁଧବାର ଅନୁଷ୍ଠିତ ଚାଷୀ ମହାପଞ୍ଚାୟତରେ ୫ ସୂତ୍ରୀ ସଂକଳ୍ପ ଗୃହୀତ ହୋଇଛି ଏବଂ ଆନ୍ଦୋଳନକୁ ନେଇ ଚାଷୀମାନେ ଆଭିମୁଖ୍ୟ ଆହୁରି କଠୋର କରିଛନ୍ତି। ଆଜି ମହାପଂଚାୟତରେ ପାରିତ ହୋଇଥିବା ପ୍ରସ୍ତାବରେ ନୂତନ କୃଷି ଆଇନ ପ୍ରତ୍ୟାହାର, ଏମ୍‌ଏସ୍‌ପି ପାଇଁ ସାମ୍ବିଧାନିକ ଗ୍ୟାରେଣ୍ଟି, ଜାନୁଆରି ୨୬ରେ ଲାଲକିଲ୍ଲା ହିଂସା ପାଇଁ ରୁଜୁ ମାମଲାଗୁଡ଼ିକ ପ୍ରତ୍ୟାହାର ଏବଂ ଗିରଫ ଚାଷୀମାନଙ୍କ ମୁକ୍ତି ଆଦି ରହିଛି। ବିବାଦୀୟ ତିନିଟି ଯାକ କୃଷି ଆଇନ ପ୍ରତ୍ୟାହୃତ ନହେଲା ଯାଏ କୃଷକ ସଂଘମାନଙ୍କର ୪୦ ଜଣିଆ କମିଟି ନେତୃତ୍ବରେ ଚାଷୀ ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି ଆହ୍ବାନ ଦିଆଯାଇଛି।

ସେହିପରି ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଆସି ଆଲୋଚନା କରିବାକୁ ସମସ୍ତ ୪୦ ସଂଗଠନ ଦାବି କରିଛନ୍ତି। ଜିନ୍ଦ୍‌ରେ ଆଜି କୃଷକ ମହାପଂଚାୟତ ଚାଲିଥିବା ବେଳେ ଏହାର ମଂଚ ଅଚାନକ ଭୁଶୁଡ଼ି ପଡ଼ିଥିଲା। ମଂଚରେ ଥିବା ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ଏବଂ ଅନ୍ୟ ଚାଷୀ ନେତାମାନେ ଏଥିରେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଜିନ୍ଦ୍‌ର କଣ୍ଡେଲା ଗ୍ରାମରେ ଆଜି ଅପରାହ୍ନରେ ଚାଷୀମାନଙ୍କ ମହାପଂଚାୟତ ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର