୨୬ରେ ଚାଷୀଙ୍କ ‘ଭାରତ ବନ୍ଦ’

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବି‌ରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀ ସଂଗଠନ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ୨୬ ତାରିଖରେ ଚାଷୀ ଆନ୍ଦୋଳନକୁ ୪ ମାସ ପୂର୍ତ୍ତି ହେଉଥିବାରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବା ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟର ଚାଷୀମାନେ ବନ୍ଦକୁ ସମର୍ଥନ କରିବେ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ଘରୋଇକରଣ ଏବଂ ତୈଳ ଦରବୃଦ୍ଧି ପ୍ରତିବାଦରେ ୧୫ରେ ଚାଷୀ ସଂଗଠନର ଆନ୍ଦୋଳନ ଘୋଷଣାକୁ ଅନେକ ଶ୍ରମିକ ସଂଗଠନ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର