ନାଗପୁର: ରବିବାର କଲରାପତ୍ରିଆବାଘମାନଙ୍କ ପାଇଁ ଦୁର୍ଦିନ। ନାଗପୁର ଠାରୁ ୬୦ କିଲୋମିଟର ଦୂର ଲୋହରାର ଅନ୍ତର୍ଗତ ଉତ୍ତର ଉମ୍ରେଦ ରେଞ୍ଜ୍‌ରେ କୃଷକମାନେ ଗୋଟାଏ କଲରାପତ୍ରିଆ ବାଘକୁ ଟାଙ୍ଗିଆରେ ହାଣି ପକାଇଛନ୍ତି। ଅନ୍ୟ ଏକ କଲରାପତ୍ରି୍ରଆର ନାଗପୁର ଠାରୁ ଶହେ କିଲୋମିଟର ଦୂର ୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟନାରେ ପ୍ରାଣ ହରାଇଛି।

Advertisment

ରବିବାର ମଧ୍ୟ ରାତ୍ରୀରେ ଗୋଟାଏ କଲରାପତ୍ରିଆ ଜଣକ ଖମାରରେ ପଶି ଏକ ବଳଦକୁ ଆକ୍ରମଣ କରିଥିଲା। ଚାଷୀଜଣକ ନିଜ ବଳଦକୁ କଲରାପତ୍ରିଆ କବଳରୁ ରକ୍ଷା କରିବାକୁ ଉଦ୍ୟମ କରିବାରୁ ସେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଫଳରେ, ଖମାର ଜଗିଥିବା ଅନ୍ୟ ଚାଷୀମାନେ ଘେରିପେରି କଲରାପତ୍ରିଆଟିକୁ ଟାଙ୍ଗିଆରେ ହାଣି ପକାଇଥିଲେ।

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ୬ ନମ୍ବର ଜାତୀୟ ରାଜପଥରେ ଅଣ୍ଡର୍‌ପାସ୍‌ ନିର୍ମାଣ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଦୁର୍ଘଟନାର ସମ୍ମୁଖୀନ ହୋଇ ଅନ୍ୟ କଲରାପତ୍ରିଆ ବାଘଟିର ମୃତ୍ୟୁ ଘଟିଛି। ୬ ନମ୍ବର ଜାତୀୟ ରାଜପଥରେ ବନ୍ୟଜନ୍ତୁଙ୍କ ନିମନ୍ତେ ଅଣ୍ଡର୍‌ପାସ୍‌ ନିର୍ମାଣର ସ୍ଥିତି ସମ୍ବନ୍ଧରେ ଜାଣିବାକୁ ହାଇକୋର୍ଟ ଏନ୍‌ଏଚ୍‌ଏଆଇକୁ ଜବାବ ମାଗି ସାରିଛି। ଗତ ଡିସେମ୍ବର ୨୯ ତାରିଖରେ ବୋର୍‌ ବ୍ୟାଘ୍ର ସଂରକ୍ଷଣର ‘ବାଜିରାଓ’ ନାମକ ବ୍ୟାଘ୍ର ୬ ନମ୍ବର ଜାତୀୟ ରାଜପଥର କମଳେଶ୍ୱର ଠାରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲା।