ନୂଆଦିଲ୍ଲୀ: ଜାନୁଆରି ୨୬ରେ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାକାଣ୍ଡକୁ ନେଇ ଏବେ ଦିଲ୍ଲୀରେ ସ୍ଥିତି ସରଗରମ ହୋଇଛି । ଏଣିିିକି ଚାଷୀ ଆନ୍ଦୋଳନକୁ ନେଇ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୭ ଜଣ ଚାଷୀ ନେତାଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିଛି। ଦିଲ୍ଲୀ ହିଂସା ପରେ ଗାଜିପୁର ସୀମାରୁ ସମସ୍ତ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏ ନେଇ ଯୋଗୀ ପ୍ରଶାସନ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାରି ଭିତରେ ଗୁରୁବାର ଚାଷୀ ନେତା ରାକେଶ ଟିକାୟତ ପୁଲିସ ପାଖରେ ଆତ୍ମସମର୍ପଣ କରିବେନି ବୋଲି ସିଧା ସିଧା କହିଛନ୍ତି ।
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଟିକାୟତ କହିଛନ୍ତି, ସରକାର ଯଦି ଏହି ଆଇନ୍ ପ୍ରତ୍ୟାହାର ନ କରନ୍ତି ତେବେ ସେ ଆତ୍ମହତ୍ୟା କରିବେ । ଚାଷୀମାନଙ୍କୁ ମାରିବାକୁ ପ୍ରୟାସ କରାଯାଉଛି। ଚାଷୀ ଭାଇମାନଙ୍କ ପ୍ରତି ଅତ୍ୟାଚାର ହେଉଛି ବୋଲି ରାକେଶ ଟିକାୟତ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି । ଏହା ସହ ସେ ଅନଶନ କରିବେ ବୋଲି କହିବା ସହ ନିଜ ଗାଁର ହିଁ ପାଣି ପିଇବେ ବୋଲି କହିଛନ୍ତି। ଏ ମଧ୍ୟରେ ଗାଜିପୁର ସୀମାରେ ୧୪୪ ଧାରା ଜାରି କରାଯାଇଛି। ଏକାଧିକ ଲୋକ ଏକାଠି ହେବା ଉପରେ କଟକଣା ଲଗାଇଛି ପୁଲିସ। ଗାଜିପୁର ସୀମାରେ ଅଧିକ ସଂଖ୍ୟାକ ଫୋର୍ସ ମୁତୟନ ହୋଇଛନ୍ତି।
indiatoday/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/t-187.jpg)