ଚଣ୍ଡୀଗଡ଼: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନର ଫାଇଦା ସମ୍ପର୍କରେ ଅବଗତ କରାଇବା ପାଇଁ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଆବାହକତ୍ବରେ ଆୟୋଜିତ କୃଷି ମହାପଞ୍ଚାୟତ ଆଜି ଆନ୍ଦୋଳନକାରୀ ଚାଷୀଙ୍କ ଦ୍ବାରା ଭଣ୍ଡୁର ହୋଇଯାଇଛି। ହରିଆଣାର କର୍ଣଲ ଜିଲ୍ଲା ଅନ୍ତର୍ଗତ କୈମଲା ଗାଁ ଠାରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଏହି ସତେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିଲା ବେଳେ ଉତ୍ତ୍ୟକ୍ତ ଚାଷୀମାନେ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିବା ସହ ପରିସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲେ। ପୂର୍ବରୁ ଚାଷୀମାନେ ସେଠାରେ ନ ପହଞ୍ଚିବା ଲାଗି ପୁଲିସ ସେମାନଙ୍କ ଶୋଭାଯାତ୍ରା ଉପରରେ ଲାଠି ମାଡ଼ କରିବା ସହ ପାଣିମାଡ଼ ଓ ଲୁହବୁହା ବାଷ୍ପ ଆଦି ପ୍ରୟୋଗ କରିବାରୁ ସେମାନେ ବେଶୀ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଚାଷୀମାନେ କୌଣସିମତେ କୃଷି ମହାପଞ୍ଚାୟତ ସ୍ଥଳରେ ପହଞ୍ଚି ମଞ୍ଚ ସମେତ ଚୌକି, ମେଜ,ଫୁଲଦାନି ଓ ଟେଣ୍ଟ୍ ଓଗେର ଭଙ୍ଗାଭଙ୍ଗି କରିଥିଲେ। ଏପରିକି ଖଟ୍ଟରଙ୍କ ହେଲିକପ୍ଟରର ଅବତରଣ ପାଇଁ ନିର୍ମିତ ଏକ ଅସ୍ଥାୟୀ ହେଲିପ୍ୟାଡ୍କୁ ମଧ୍ୟ ଚାଷୀମାନେ ନିଜ ଅକ୍ତିଆରକୁ ନେଇ ଆସିଥିଲେ। ଏପରି ଅପ୍ରୀତିକର ପରିସ୍ଥିତି ପରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ପୁଲିସର ଯାବତୀୟ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଚାଷୀମାନେ ପ୍ରଦର୍ଶନ କରିଥିବା ଅରାଜକତା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବାତିଲ କରାଗଲା ବୋଲି ବିଜେପି ନେତା ରମଣ ମଲ୍ଲିକ କହିଛନ୍ତି।
ଚାଷୀ ଭଣ୍ଡୁର କଲେ ଖଟ୍ଟରଙ୍କ ମହାପଞ୍ଚାୟତ: ଶୋଭାଯାତ୍ରା ରୋକିବାକୁ ପୁଲିସର ଲାଠିମାଡ଼, ଲୁହବୁହା ବାଷ୍ପ ପ୍ରୟୋଗ
/sambad/media/post_attachments/wp-content/uploads/2021/01/fh46f5s4hf5s6h4f5s64f5s64fs56hfshfshsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)