କୃଷକ ଆନ୍ଦୋଳନକୁ ୭ ମାସ ପୂରିଲା, ଆସନ୍ତା ମାସରେ ୨ ରୢାଲି ଘୋଷଣା କଲେ ରା‌କେଶ ଟିକାୟତ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଆଜି ୭ ମାସ ପୂରିଛି। ବିଭିନ୍ନ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନରତ କୃଷକ ଆଜି ରାଜଭବନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟା‌ହାର ଦାବିରେ ସେମାନେ ରାଜଭବନରେ ଏକ ସ୍ମାରକପତ୍ର ଦାଖଲ ପାଇଁ ଏହି ରୢାଲି କରିଥିଲେ। କିଛି ଆନ୍ଦୋଳନକାରୀ ମଧ୍ୟ ଆଜି ଦିଲ୍ଲୀ ପୁଲିସ ଦ୍ବାରା ଅଟକ ରହିଛନ୍ତି। ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିକେୟୁ ନେତା ରାକେଶ ଟିକାୟତ। ପରେ ଦିଲ୍ଲୀ ଏଲ୍‌ଜିଙ୍କ ସହ କୃଷକମାନଙ୍କ ଭର୍ଚୁଆଲ ବୈଠକ ହୋଇଥିଲା। ଟିକାୟତ କହିଛନ୍ତି, ଆନ୍ଦୋଳନ ଆଗକୁ ଆହୁରି ଜୋରଦାର ହେବ ଏବଂ ଆସନ୍ତା ମାସରେ ଦିଲ୍ଲୀରେ ୨ଟି ରୢାଲି ହେବ ।

ସମ୍ବନ୍ଧିତ ଖବର