କାହିଁକି ଦିଲ୍ଲୀ ସୀମାରୁ କମୁଛି ଆନ୍ଦୋଳନକାରୀଙ୍କ ସଂଖ୍ୟା? ନୂଆ ରଣନୀତି ପ୍ରସ୍ତୁତ ହେଉଛି ବୋଲି କହିଲେ କୃଷକ ନେତା

ନୂଆଦିଲ୍ଲୀ: ପାଖା ପାଖି ୩ ମାସ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଏବେ ଚାଷୀଙ୍କ ସଂଖ୍ୟା କମିବାରେ ଲାଗିଛି । ଆନ୍ଦୋଳନରତ କୃଷକମାନେ ଧିରେ ଧିରେ ଟେଣ୍ଟ ଭାଙ୍ଗି ନିଜ ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଏନେଇ ଆନ୍ଦୋଳନ କମଜୋର ହେଉଥିବା ଆଲୋଚନା ହେଉଥିବା ବେଳେ କୃଷକ ନେତାମାନେ କହିଛନ୍ତି କି କୃଷକମାନେ ସେମାନଙ୍କ ଆନ୍ଦୋଳନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେଣୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଥିବା ବେଳେ କୃଷକମାନେ ନିଜ ନିଜ ଅଞ୍ଚଳକୁ ଯାଇ ଅନ୍ଦୋଳନକୁ ବିସ୍ତାର କରିବା କଥା ଚିନ୍ତା କରୁଛନ୍ତି । ତେଣୁ ଅଧିକାଂଶ କୃଷକ ସେମାନଙ୍କ ଅଞ୍ଚଳକୁ ଫେରି ଯାଉଥିବା ଦେଖାଯାଉଛି ।

ଅନ୍ୟପଟେ ଦେଶସାରା ମହାପଞ୍ଚାୟତ ଆୟୋଜନ କରିବା ଲକ୍ଷ୍ୟ ନେଇ ଚାଷୀ ନେତା ରାକେଶ ଟିକାୟତ  ଯୋଜନା କରୁଥିବା ଜଣାପଡିଛି । କୃଷକ ନେତା ରାକେଶ ଟିକାୟତଙ୍କ କହିବା  ମୁତାବକ ଯେତେବେଳେ ଚାହିଁବେ ସେତେବେଳେ ଦିଲ୍ଲୀ ସୀମାରେ କୃଷକମାନଙ୍କୁ ଏକଜୁଟ୍ କରାଯାଇ ପାରିବ । ହେଲେ ଦେଶ ସାରା କୃଷି ଆଇନକୁ ବିରୋଧ କରାଯିବା ଲାଗି ମହାପଞ୍ଚାୟତ ଜରୁରୀ ବୋଲି ସେ ମତ ଦେଇଛନ୍ତି । ସେ ଆହୁରି କହିଛନ୍ତି କି ସରକାର ଯେଭଳି ଭାବେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ ସହଜରେ ଏହାର ସମାଧାନ ହେବ ନାହିଁ । ଆନ୍ଦୋଳନ ପୁରା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁ ରଖିବା ଉର୍ଦ୍ଦେଶ୍ୟ ନେଇ ଦିଲ୍ଲୀ ସୀମାରୁ ଆନ୍ଦୋଳନରତ ଚାଷୀଙ୍କ ସଂଖ୍ୟା କମାଇବା ପାଇଁ କୃଷକ ମୋର୍ଚ୍ଚା ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଟିକାୟତ କହିଛନ୍ତି ।

Image result for farmer protest
Time Magazine

ଉଲ୍ଲେଖଯୋଗ୍ୟ, ନୂତନ କୃଷି ବିଲକୁ ବିରୋଧ କରି ଦିଲ୍ଲୀ, ହରିଆଣା, ପଞ୍ଜାବ ଓ ରାଜସ୍ଥାନ ସୀମାରେ କୃଷକମାନେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ସରକାର ଓ କୃଷକ ସଂଗଠନମାନଙ୍କ ସହ ୧୧ ଥର ଆଲୋଚନା ହୋଇଥିଲେ ବି ଆଲୋଚନାରୁ କିଛି ସୁଫଳ ମିଳିପାରି ନାହିଁ । ସରକାର ଆଇନ ପ୍ରତ୍ୟାହାର କରିବାକୁ ସିଧା ସଳଖ ମନା କରିଦେଇଥିବା ବେଳେ ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ରୋକ୍ ଠୋକ ଶୁଣାଇ ଦେଇଛନ୍ତି ଚାଷୀ ସଂଗଠନମାନେ । ଏହାରି ମଧ୍ୟରେ ଆନ୍ଦୋଳନ ସ୍ଥଳରେ ବିଭିନ୍ନ କାରଣକୁ ନେଇ ୨୦୦ ରୁ ଅଧିକ କୃଷକଙ୍କ ଜୀବନ ଗଲାଣି ।

ସମ୍ବନ୍ଧିତ ଖବର