ନୂଆଦିଲ୍ଲୀ : ନିକଟରେ ସଂସଦରେ ଗୃହୀତ ହୋଇଥିବା ୩ କୃଷି ବିଲ୍କୁ ବିରୋଧ କରି ଆଜି ଦେଶବ୍ୟାପୀ ଆନ୍ଦୋଳନ ହୋଇଛି। ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ। ତେବେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଦେଶରେ କୃଷକ ଆନ୍ଦୋଳନ ବୃଦ୍ଧି ପାଇଛି। ୨୦୧୪ ଲୋକସଭା ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କ୍ଷମତାକୁ ଆସିବା ପରେ ବି ତାଙ୍କ ସରକାର କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଖୁବ୍ କମ୍ ପଦକ୍ଷେପ ନେଇଥିଲେ। କୃଷକଙ୍କ ଦୁଃଖ କମାଇବା ପାଇଁ ସରକାର ନିକଟରେ ୩ଟି ଐତିହାସିକ ବିଲ୍ ଆଣିଛନ୍ତି। କିନ୍ତୁ ଏହି ବିଲ୍କୁ ବିଜେପିର ମେଣ୍ଟ ସହଯୋଗୀ ମଧ୍ୟ ବିରୋଧ କରୁଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ଏହି ବିଲ୍କୁ ବିରୋଧ କରି କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ଗୋଟିଏ ପଟେ କୃଷକଙ୍କ ପ୍ରସଙ୍ଗକୁ ନେଇ ରାଜନୀତି ଜୋରଦାର ହୋଇଥିବାବେଳେ ଏନ୍ସିଆରବି ଦ୍ବାରା ସଂଗୃହିତ ତଥ୍ୟରୁ ଏହା ଜଣାପଡ଼ିଛି ଯେ, ମୋଦୀ ସରକାରଙ୍କ ପ୍ରଥମ ୨ ବର୍ଷରେ କୃଷକ ଆନ୍ଦୋଳନ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଥିଲା। ୨୦୧୪ ଏବଂ ୨୦୧୬ରେ କୃଷକ ଆନ୍ଦୋଳନ ୬୨୮ରୁ ୪,୮୩୭କୁ ବୃଦ୍ଧି ପାଇଛି। ମୋଟ୍ ଉପରେ ମୋଦୀ ସରକାର ଆସିବା ପରେ ପ୍ରାୟ ୭୦୦ ପ୍ରତିଶତ କୃଷକ ଆନ୍ଦୋଳନ ବୃଦ୍ଧି ହୋଇଛି ବୋଲି ତଥ୍ୟରୁ ଜଣାପଡ଼ିଛି। ଅନ୍ୟପକ୍ଷେ ବିଜେପି ପକ୍ଷରୁ ଏହି ବିଲ୍ର ଉପକାରିତା ବିଷୟରେ କୃଷକମାନଙ୍କୁ ବୁଝାଇବାପାଇଁ ଘରକୁ ଘର ବୁଲି ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ ହୋଇଛି।
ମୋଦୀ ସରକାର କ୍ଷମତାକୁ ଆସିବା ପରେ କୃଷକ ଆନ୍ଦୋଳନ ୭୦୦% ବଢ଼ିଛି
/sambad/media/post_attachments/wp-content/uploads/2020/09/farm-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)