ନୂଆଦିଲ୍ଲୀ: ଗତ ୧ମାସ ହେଲାଣି ନୂତନ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏ ମଧ୍ୟରେ କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ଗ୍ରହଣ କରିନେବା ପାଇଁ ଚାଷୀମାନଙ୍କୁ ରାଜି କରିବାରେ ବିଫଳ ହୋଇଥିବା ଦେଖାଯାଇଛି। କେନ୍ଦ୍ର ସରକାର ଚାଷୀଙ୍କ ନିକଟକୁ ସମାଧାନ ପାଇଁ ଅନେକ ପ୍ରସ୍ତାବ ପଠାଇଥିଲେ ମଧ୍ୟ ଏହାକୁ ମାନିବାକୁ ଚାଷୀ ମନା କରିଦେଇଛନ୍ତି।

Advertisment

ତେବେ ଆଜି ପୁଣି ଥରେ ଆନ୍ଦୋଳନରତ ୪୦କୃଷକ ସଂଗଠନ ବୈଠକ ଆରମ୍ଭ କରିଥିବା ଜଣାପଡ଼ିଛି। ସିଙ୍ଘୁ ସୀମାରେ ଏହି ବୈଠକ ଆରମ୍ଭ ହୋଇଛି। ଆଜିର ବୈଠକରେ କିଛି ସମାଧାନର ବାଟ ବାହାରିପାରେ ବୋଲି ଆଶା କରାଯାଉଛି। ଗତକାଲି ଆଲୋଚନା ନେଇ ସରକାର ପ୍ରସ୍ତାବ ଦେବା ପରେ ଆଜି ଏ ସଂକ୍ରାନ୍ତରେ ମିଳିତ ବୈଠକ କରିଛନ୍ତି କୃଷକ ସଂଗଠନ।

Farmers' Protest a Tug-of-war Between Pressure Farm Organisations Can Exert, How Much Govt Will Resist News18

ତେବେ କୃଷକଙ୍କ ବୈଠକକୁ ନଜରରେ ରଖି ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବୈଠକ ‌ପରେ ସନ୍ଧ୍ୟା ୫ଟାରେ ସାମ୍ବାଦିକ ସମ୍ମିଳନୀ କରି ନିଜ ନିଷ୍ପତ୍ତି ବିଷୟରେ କୃଷକ ସଂଗଠନର ନେତାମାନେ ଜଣାଇବେ ବୋଲି ଜଣାପଡ଼ିଛି।