ମାର୍ଚ୍ଚ ୨୬ରୁ ଦିଲ୍ଲୀ-ନୋଏଡାକୁ ସଂଯୋଗ କରୁଥିବା ଚିଲ୍ଲା ସୀମାକୁ ବନ୍ଦ କରିବୁ: ବିକେୟୁ ନେତା ରାକେଶ ଟିକାୟତ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଭାରତ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାୟତ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ମାର୍ଚ୍ଚ ୨୬ରେ ଭାରତ ବନ୍ଦ ସହ ଦିଲ୍ଲୀ-ନୋଏଡା ସୀମାକୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ରାକେଶ ଟିକାୟତ। ଦିଲ୍ଲୀ-ନୋଏଡାକୁ ସଂଯୋଗ କରୁଥିବା ଚିଲ୍ଲା ସୀମାକୁ ବନ୍ଦ କରିବେ ବୋଲି ରାକେଶ ଟିକାୟତ କହିଛନ୍ତି। ବର୍ତ୍ତମାନ ରାକେଶ ଟିକାୟତ ନିଜ ଚାଷୀ ଭାଇଙ୍କ ସହ ମିଶି ଦିଲ୍ଲୀ ନିକଟ ଘାଜିପୁର ସୀମାରେ କିଛି ମାସ ହେଲାଣି ଆନ୍ଦୋଳନ କରିଆସୁଛନ୍ତି।

ସୂଚନା ମୁତାବକ, ଜାନୁଆରି ୨୬ ପୂର୍ବରୁ ଚିଲ୍ଲା ସୀମାରେ କିଛି କୃଷକ ନେତାମା‌ନେ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିଲେ। ହେଲେ ଜାନୁଆରି ୨୬ରେ ଲାଲ କିଲ୍ଲାରେ ହୋଇଥିବା ହିଂସା ପାଇଁ ନିଜକୁ ଦାୟୀ କରି କୃଷକ ନେତାମା‌ନେ ଚିଲ୍ଲା ସୀମାରେ କରୁଥିବା ଆନ୍ଦୋଳନ ଶେଷ କରିଥିଲେ। କିନ୍ତୁ ଏବେ ପୁଣି ଥରେ ଚିଲ୍ଲା ସୀମାକୁ ବନ୍ଦ କରିବାର ଯୋଜନା କରୁଛି ବିକେୟୁ।

 

India TV News

ତେବେ ଦିଲ୍ଲୀ ସୀମାରେ ଆନ୍ଦୋଳନକୁ ଜୋରଦାର କରିବା ସହିତ କୃଷକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଆହୁରି ଦୃଢ଼ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ସଫଳ ହେବା ପାଇଁ ଗାଜିପୁର ସୀମାରେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହା ଦ୍ବାରା ସୋସିଆଲ ମିଡିଆରେ ଆନ୍ଦୋଳନକୁ ମଜବୁତ କରାଯିବ ଏବଂ ଆନ୍ଦୋଳନ ସମ୍ବନ୍ଧୀୟ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଯିବ।

ସମ୍ବନ୍ଧିତ ଖବର