ବିଜେପି ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ଚି ଭଙ୍ଗାରୁଜା କଲେ ଚାଷୀ, ୫ ଆହତ

ଭଟିଣ୍ଡା: ପ୍ରାୟ ମାସେ ହେଲାଣି ଶାନ୍ତିପୂର୍ଣ୍ଣ ଭାବେ ନୂତନ କୃଷି ଆଇନକୁ ବିରୋଧ କରି ଆସୁଥିବା ଚାଷୀ ଏବେ ହ୍ରିଂସକ ହୋଇଛନ୍ତି। ବିଜେପି ଦ୍ବାରା ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମରେ ପହଞ୍ଚି  କିଛି ଚାଷୀ ଭଙ୍ଗାରୁଜା କରିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ପ‌ରେ ବିଜେପିର ୫ଜଣ ସଦସ୍ୟ ଆହତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ବୋଲି ଜଣା ପଡ଼ିଛି।

ଅନ୍ୟ ପକ୍ଷରେ ଏହି ଆକ୍ରମଣ ‌ପଛରେ କୌଣସି ଚାଷୀ ଭାଇଙ୍କ ହାତ ନାହିଁ ବୋଲି ଦାବି କରିଛନ୍ତି କିଛି କୃଷକ। କିଛି ଅସାମାଜିକ ବ୍ୟକ୍ତି ଏହି ଆକ୍ରମଣ କରି ଚାଷୀ ମୁଣ୍ଡରେ ଅଠା ବୋଳିଥିବା କିଛି କୃଷକ ଦାବି କରିଛନ୍ତି।

Farmers ransack venue of BJP event in Bathinda: Police | Amritsar News - Times of India
Times of India

ମିଳିଥିବା ସୂଚନା ମୁତାବକ, ଅମ୍ରିକ ସିଂହ ରୋଡରେ ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମରେ ଲୋକମାନେ ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବେ‌ାଧନ ‌ଶୁଣୁଥିବା ବେଳେ କିଛି ଚ‌ାଷୀ ଭିତରକୁ ଆସି ଭଙ୍ଗାରୁଜା ଆରମ୍ଭ କରିଥିଲେ। ପଡ଼ିଥିବା ଚେୟାର ଭାଙ୍ଗିବା ସହ ଏଲଇଡି ଭାଙ୍ଗିଥିଲେ। ସେଠାରେ ବସିଥିବା ଲୋକ ଜୀବନ ବଞ୍ଚାଇବାକୁ ଯାଇ ପାଖ ଦୋକାନକୁ ଚାଲିଯାଇଥିବା ବେଳେ ଭଙ୍ଗାରୁଜା କରୁଥିବା ଲୋକଙ୍କୁ ଅଟକାଇବାକୁ ଯାଇ ବିଜେପିର ୫ଜଣ ସଦସ୍ୟ ଆହତ ହୋଇଥିଲେ। ପରେ ପୁଲିସ ସୂଚନା ପାଇ ଘଟଣାସ୍ଥଳ‌ରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।

ସମ୍ବନ୍ଧିତ ଖବର