ଚଣ୍ଡୀଗଡ଼ : ହରିୟାଣାର କୃଷକମାନେ କେତେକ ଦାବି ପୂରଣ ପାଇଁ ୨୧ ଘଣ୍ଟା ଧରି କୁରୁକ୍ଷେତ୍ର ନିକଟରେ ଜାତୀୟ ରାଜପଥ ୪୪କୁ ଅବରୋଧ କରି ରଖିଥିଲେ। ରାଜ୍ୟ ସରକାର ନରମିବା ଓ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ମୋନେ ଅବରୋଧ ହଟାଇଚନ୍ତି।
ଆନ୍ଦୋଳନର ନେତୃତ୍ବ ନେଉଥିବା ଭାରତୀୟ କିଷାନ ୟୁନିୟନ-ଚରୁଣିର ମୁଖ୍ୟ ଗୁରନାମ ସିଂହ ଚରୁଣି କହିଛନ୍ତି ଯେ ସରକାର ଚାଷୀଙ୍କଠାରୁ ଶସ୍ୟ ସଂଗ୍ରହ କାର୍ଯ୍ୟକୁ ତ୍ବରାନ୍ବିତ କରିବେ। ୫ଟି ଜିଲ୍ଲାରୁ ଯେତିକି ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହାକୁ ଏକର ପିଛା ୨୨ରୁ ୩୦ କ୍ବିଣ୍ଟାଲକୁ ବୃଦ୍ଧି କରାଯାଇଛି। ଅନ୍ୟ କେତେକ ଜିଲ୍ଲାରେ ଏହାକୁ ୨୮ କ୍ବିଣ୍ଟାଲ ଯାଏ ବୃଦ୍ଧି କରାଯାଇଛି। ତେବେ ଶସ୍ୟ ସଂଗ୍ରହ ଆନୁଷ୍ଠାନିକଭାବେ ଅକ୍ଟୋବର ପହିଲାରୁ ଆରମ୍ଭ ହେବ। ଚାଷୀଙ୍କ ଅବରୋଧ ଯୋଗୁଁ ଟ୍ରାଫିକ୍ ସମସ୍ୟା ଅଣାୟତ୍ତ ହୋଇଥିଲା ଏବଂ ପ୍ରବଳ ଜନଅସନ୍ତୋଷ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/hariyana.jpg)