ନୂଆଦିଲ୍ଲୀ: ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଥିବା ‘କିଷାନ କ୍ରାନ୍ତି ପଦଯାତ୍ରା’ ଆଜି ଉଗ୍ର ଆନ୍ଦୋଳନର ରୂପ ନେଇଛି। ଏହି ଯାତ୍ରାରେ ସାମିଲ ହୋଇ ରାଜଧାନୀ ଦିଲ୍ଲୀ ଅଭିମୁଖେ ଆସୁଥିବା ପ୍ରାୟ ୩୦,୦୦୦ ଚାଷୀଙ୍କୁ ଆଜି ୟୁପି-ଦିଲ୍ଲୀ ସୀମାେର ରୋକାଯାଇଛି। ଟ୍ରଲି, ଟ୍ରାକ୍ଟର ଏବଂ ପାଦରେ ଚାଲି ଚାଲି ଆସିଥିବା ଏହି ଚାଷୀଙ୍କୁ ଅଟକାଇବାକୁ ଯାଇ ଦିଲ୍ଲୀ ଏବଂ ୟୁପି ପୁଲିସ ଲୁହବୁହା ଗ୍ୟାସ୍, ଲାଠିଚାର୍ଜ ଏବଂ ପାଣି ମାଡ଼ କରିଛି। ଫଳରେ କିଛି ଚାଷୀ ଆହତ ହୋଇଛନ୍ତି। ୧୧ ଦଫା ଦାବି ନେଇ ବାହାରିଥିବା ଚାଷୀଙ୍କ ଏହି ବିରାଟ ପଟୁଆର ଦିଲ୍ଲୀ ରାଜଘାଟସ୍ଥିତ କିଷାନ ଘାଟକୁ ଆସୁଥିଲେ। ଏହିଠାରେ ସେମାନେ ଆନ୍ଦୋଳନ ଶେଷ କରିବେ ବୋଲି ଚିନ୍ତା କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି।
ଚାଷୀଙ୍କୁ ପେନସନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସଂଶୋଧନ, ଚାଷୀଙ୍କ ଋଣ ଛାଡ଼, ସେଚନ ପାଇଁ ମାଗଣାରେ ବିଜୁଳି ଯୋଗାଇବା, କିଷାନ େକ୍ରଡିଟ୍ କାର୍ଡରେ ସୁଧରହିତ ଋଣ ଭଳି ୧୧ ଦଫା ଦାବି ନେଇ ପ୍ରାୟ ୩୦,୦୦୦ ଚାଷୀ ପଡ଼ୋଶୀ ଉତ୍ତର ପ୍ରଦେଶରୁ ଆସିଥିଲେ। ପୂର୍ବ ଉତ୍ତର ପ୍ରଦେଶର ଗୋଣ୍ଡା, ବସ୍ତି ଓ ଗୋରଖପୁର ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ଚାଷୀମାନେ ଏଥିରେ ସାମିଲ ହୋଇଥିଲେ। ଏେତଦିନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଚାଲିଆସିଥିବା ଏହି ଆନ୍ଦୋଳନ ଦିଲ୍ଲୀର କିଷାନ ଘାଟରେ ଶେଷ ହେବାର ଥିଲା। କିନ୍ତୁ ମଙ୍ଗଳବାର ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବାକୁ ଦିଆଯାଇନଥିଲା। ଫଳରେ ଚାଷୀମାନେ କ୍ରୋଧାନ୍ବିତ ହୋଇ ପୁଲିସ ବାରିକେଡ୍ ଭାଙ୍ଗିବା ପାଇଁ ଉଦ୍ୟମ କରିବା ସହିତ ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍, ଲାଠିଚାର୍ଜ ଓ ପାଣିମାଡ଼ କରାଯାଇଥିଲା।
ଚାଷୀଙ୍କ ଦାବି ସଂକ୍ରାନ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ କୃଷକ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଅଧିକାଂଶ ଦାବି ପୂରଣ ପାଇଁ ସହମତି ହୋଇଥିବା ନେଇ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଥିବା ବେଳେ ଏହାକୁ ଭାରତୀୟ କିଷାନ ସଂଘ (ବିକେୟୁ) ସଦସ୍ୟମାନେ ଖଣ୍ଡନ କରିଛନ୍ତି। ଏମ୍ଏସ୍ପି (ସର୍ବନିମ୍ନ ବିକ୍ରି ମୂଲ୍ୟ) ବାବଦରେ ସ୍ବାମୀନାଥନ ସୁପାରିସକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ଲାଗି ସରକାର ରାଜି ହୋଇନଥିବା ସେମାନେ ଦର୍ଶାଇଛନ୍ତି। ତେଣୁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏ ବାବଦରେ ବିକେୟୁର ପ୍ରବକ୍ତା ଯୁଦ୍ଧବୀର ସିଂହ କହିଛନ୍ତି, ଆମେ ସରକାରଙ୍କ ସହିତ ୧୧ ଦଫା ଦାବି ନେଇ ଆଲୋଚନା କରିଥିଲୁ। କିନ୍ତୁ ସରକାର କେବଳ ୭ଟି ଦାବି ରଖିବେ ବୋଲି ସହମତ ହୋଇଛନ୍ତି। ପରବର୍ତ୍ତୀ ସମୟରେ ଏ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି କୁହାଯାଉଛି। କିନ୍ତୁ ଆମେ ସରକାରଙ୍କ ଏଭଳି ପ୍ରସ୍ତାବରେ ଆଦୌ ସହମତ ନୁହଁ ବୋଲି ସେ ଦର୍ଶାଇଛନ୍ତି।
ଦିଲ୍ଲୀ ସୀମାରେ କୃଷକମାନଙ୍କୁ ରୋକାଯିବାକୁ ନେଇ ରାଜନୀତି ଜୋରଦାର ହୋଇଛି। ଏଥିପାଇଁ ବିଜେପିକୁ ଟାେର୍ଗଟ୍ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ମୋଦୀ ସରକାର କୃଷକଙ୍କୁ ପିଟି ଗାନ୍ଧୀ ଜୟନ୍ତୀ ଉତ୍ସବ ଆରମ୍ଭ କରିଛନ୍ତି। ଟ୍ବିଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି, ବିଶ୍ବ ଅହିଂସା ଦିବସରେ ବିଜେପିର ଦ୍ବିବାର୍ଷିକ ଗାନ୍ଧୀ ଜୟନ୍ତୀ ସମାରୋହ କୃଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଆରମ୍ଭ ହୋଇଛି। ପରିସ୍ଥିତି ଏବେ ଏମିତି ହୋଇଛି ଯେ ଚାଷୀମାନେ ରାଜଧାନୀ ଆସି ନିଜ ଦୁଃଖ ଜଣାଇ ପାରିବେ ନାହିଁ। ଘଟଣାକୁ ନେଇ ଏନ୍ଡିଏ ସହଯୋଗୀ ଦଳ ଜେଡିୟୁ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି। େଜଡିୟୁର ବରିଷ୍ଠ ନେତା କେ ସି ତ୍ୟାଗୀ କହିଛନ୍ତି, ଶାନ୍ତିପୂର୍ଣ୍ଣ ଏବଂ ନିରସ୍ତ୍ର ଆସୁଥିବା ଚାଷୀମାନଙ୍କୁ ରାଜଘାଟ ଯିବାରୁ ରୋକାଯିବା ଠିକ୍ ହୋଇନାହିଁ। ସେମାନଙ୍କ ବିରୋଧରେ ନିଷ୍ଠୁରତାର ସହ ବ୍ୟବହାର କରାଯାଇଛି। ସେମାନଙ୍କ ଉପରେ ଲାଠିଚାର୍ଜ ସହିତ ଲୁହବୁହା ଗ୍ୟାସ୍ ମାଡ଼ କରାଗଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ବୋଲି ସେ କହିଛନ୍ତି।
ଉଗ୍ର ହେଲା ଚାଷୀ ଆନ୍ଦୋଳନ:ଦିଲ୍ଲୀ ସୀମାରେ ୩୦ହଜାର ଚାଷୀ:ପ୍ରବେଶ ଅନୁମତି ମିଳିଲାନି
ପୁଲିସର ଲାଠିଚାର୍ଜ, ଲୁହବୁହା ଗ୍ୟାସ୍ ମାଡ଼:ସରକାରଙ୍କ ପ୍ରତିଶ୍ରୁତି କାଟୁ କଲାନି
/sambad/media/post_attachments/wp-content/uploads/2018/10/Farmers-in-Delhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)