ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନେ ନଭେମ୍ବର ୨୯ ତାରିଖରେ ପାର୍ଲାମେଣ୍ଟ୍ ଅଭିମୁଖେ ଯାତ୍ରା କରିବେ ବୋଲି ସ୍ଥିର କରିଛନ୍ତି।
ଦିଲ୍ଲୀ ସୀମାନ୍ତରେ କୃଷକମାନଙ୍କ ଆନ୍ଦୋଳନ ନଭେମ୍ବର ୨୯ ତାରିଖ ବେଳକୁ ବର୍ଷେ ପୂରୁଛି। ‘ସଂଯୁକ୍ତ କିଷାନ୍ ମୋର୍ଚା’ର ୯ଜଣିଆ ସଦସ୍ୟବିଶିଷ୍ଟ କମିଟି ଆଜି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ନଭେମ୍ବର ୨୯ ତାରିଖ ଦିନ କୃଷକମାନେ ଗାଜିପୁର ଏବଂ ଟିକ୍ରି ସୀମାନ୍ତ ଛାଡ଼ି ସେମାନଙ୍କ ଟ୍ରାକ୍ଟର୍ ଯୋଗେ ସଂସଦ ଅଭିମୁଖେ ଯାତ୍ରା କରିବେ। ଯେଉଁଠି ସେମାନଙ୍କୁ ଅଟକା ଯିବ, ସେଠାରେ ସେମାନେ ଧାରଣା ଦେବେ ବୋଲି ମଧ୍ୟ କହିଛନ୍ତି।
ନଭେମ୍ବର ୨୯ ତାରିଖ ସୁଦ୍ଧା ଯଦି ସରକାର ବିବାଦୀୟ କୃଷକ ଆଇନ ଉଚ୍ଛେଦ ନ କରନ୍ତି ତେବେ ପ୍ରତିବାଦ ପ୍ରବଳ ହେବ ବୋଲି କୃଷକମାନେ ସତର୍କ କରାଇ ଦେଇଛନ୍ତି।
Image Courtesy of Madhyamamନଭେମ୍ବର ପହିଲାରେ କୃଷକ ନେତା ରାକେଶ ଟିକାୟତ ଟୁଇଟ୍ କରିଥିଲେ, ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯାଇଛି। ତା’ପରେ ନଭେମ୍ବର ୨୭ରୁ ଆଖପାଖ ଗାଁଗଣ୍ଡାରୁ କୃଷକମାନେ ଟ୍ରାକ୍ଟର୍ ଯୋଗେ ଦିଲ୍ଲୀ ଚତୁର୍ପାଶ୍ବ ସୀମାନ୍ତରେ ଥିବା ପ୍ରତିବାଦସ୍ଥଳୀମାନଙ୍କରେ ପହଞ୍ଚି ପ୍ରତିବାଦକୁ ସୁଦୃଢ଼ କରିବାରେ ସହାୟକ ହେବେ।
ଜାନୁଆରି ୨୨ ତାରିଖ ଦିନ ହୋଇଥିବା ଆଲୋଚନାରେ କୃଷକମାନେ ସରକାରଙ୍କୁ ନଭେମ୍ବର ୨୬ ପର୍ଯ୍ୟନ୍ତ ସମୟ ଦେଇଥିଲେ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି।
କେତେ ଦିନ ପ୍ରତିବାଦ ଚାଲିବ ବୋଲି ପଚାରନ୍ତେ ସେ କହିଲେ କି, ଯଦି ସରକାର ୫ ବର୍ଷ ପର୍ଯ୍ୟନ୍ତ ଚାଲି ପାରୁଛି, ପ୍ରତିବାଦ ମଧ୍ୟ ୫ ବର୍ଷ ଧରି ଚାଲିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/farmers-protest.jpg)