ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ପ୍ରସଙ୍ଗରେ କୃଷକମାନେ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆନ୍ତର୍ଜାତିକ ଶିଖ୍ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସ୍ ଏଫ ଜେ) ଏ ନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍.ଏ.ବୋବଡେଙ୍କୁ ଧମକ ଦେଇଛି । ଶିଖ୍ ଫର ଜଷ୍ଟିସ୍ ପ୍ରଧାନ ବିଚାରପତିଙ୍କ ଉଦ୍ଦେଶ୍ୟରେ କହିଛି କି, ଜାନୁଆରି ୨୬ରେ କୃଷକମାନେ ଆୟୋଜିତ କରୁଥିବା କେଶରୀ ଟ୍ରାକ୍ଟର ରାଲିକୁ ରୋକିବାକୁ ଚେଷ୍ଟା କଲେ ପରିଣତି ଭୟଙ୍କର ହେବ । ଏହା ସହ ଶିଖ୍ ଫର ଜଷ୍ଟିସ୍ ବୋବଡେଙ୍କୁ ଏକ ପୁରୁଣା ମାମଲାର ଦୋଷୀ ବୋଲି କହିଛି । ସଂଗଠନ କହିଛି କି ଶିଖଙ୍କୁ ଯେଉଁମାନେ ଗଣହତ୍ୟା କରିଥିଲେ ତାଙ୍କ ସହିତ ସେ ଥିଲେ । ଏବେ କୃଷକଙ୍କ ଗଣହତ୍ୟା ମାମଲାରେ ନରେନ୍ଦ୍ର ମୋଦୀଙ୍କ ସହ ବୋବଡେ ଥିବା କଥା ସଂଗଠନ ଦାବି କରିଛି। ଏହା ସହ ସଂଗଠନ କହିଛି, ଏହା ୧୯୯୦ ମସିହା ନୁହେଁ, ୨୦୨୧ ମସିହା। ତେଣୁ ଶିଖ୍ ଫର ଜଷ୍ଟିସ୍ ସମସ୍ତ ନ୍ୟାୟକୁ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ବିଚାର କରିବ।
The Economic Timesଉଲ୍ଲେଖଯୋଗ୍ୟ, ଆଜିକୁ ୫୨ ଦିନ ଧରି ଚାଲିଥିବା କୃଷକ ଆଇନକୁ ନେଇ ସରକାର ଓ କୃଷକଙ୍କ ମଧ୍ୟରେ ବାରମ୍ବାର ବୈଠକ ବିଫଳ ହେବା ପରେ ଜାନୁଆରି ୧୨ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ଏ ନେଇ କୋର୍ଟ ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିବା ସହ ଆନ୍ଦୋଳନକାରୀ କୃଷକ ଓ ସରକାରଙ୍କ ମଧ୍ୟରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବାକୁ ଏକ ୪ ଜଣିଆ କମିଟି ଗଠନ କରିଥିଲେ । ଏହି କିମିଟିର ପ୍ରଥମ ବୈଠକ ଚଳିତ ମାସ ୧୯ ତାରିଖରେ ବସିବ ବୋଲି କୁହାଯାଇଛି । ତେବେ ଏହି ୪ ଜଣିଆ କମିଟିରୁ ଜଣେ ସଦସ୍ୟା ସ୍ୱେଚ୍ଛାକୃତ ଭାବେ ଓହରି ଯାଇଛନ୍ତି । ଅନ୍ୟପଟେ କମିଟିରେ ସରକାରଙ୍କ ସମର୍ଥନକାରୀମାନେ ସ୍ଥାନ ପାଇଛନ୍ତି ବୋଲି ଦାବି କରି କୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିକୁ ଗ୍ରହଣ କରି ନାହାନ୍ତି ଚାଷୀ ସଂଗଠନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/bobade-knk-copy16_thumb.jpg)