ଶ୍ରୀନଗର : କରୋନା ସଂକ୍ରମିତ ହୋଇଥିବା ନ୍ୟାସନାଲ୍‌ କନଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲା ଆଜି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ଫାରୁକ୍‌ଙ୍କୁ ଶ୍ରୀନଗରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ବୋଲି ପୁଅ ଓମାର୍‌ ଅବଦୁଲ୍ଲା କହିଛନ୍ତି। ୮୩ ବର୍ଷୀୟ ଫାରୁକ୍‌ ଅବଦୁଲ୍ଲା ଗତ ମାର୍ଚ୍ଚ ୨ ତାରିଖରେ ପ୍ରଥମ ଡୋଜ୍‌ କରୋନା ଟିକା ନେଇଥିଲେ। ଏହାପରେ ଚଳିତ ସପ୍ତାହରେ ସେ କରୋନା ସଂକ୍ରମିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

Advertisment