କଶ୍ମୀର : ଫାରୁକ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ ଆଉ ୩ ମାସ ବଢିଲା

ଶ୍ରୀନଗର : ଗତ ଅଗଷ୍ଟ ମାସରୁ ଗୃହବନ୍ଦୀଥିବା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ପାଇଁ ଏକ ଖରାପ ଖବର । ତାଙ୍କ ଗୃହବନ୍ଦୀ ସମୟକୁ ଆଉ ୩ ମାସ ପାଇଁ ବୃଦ୍ଧି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।
ଫାରୁକ ଅବଦୁଲ୍ଲାଙ୍କୁ ଗତ ଅଗଷ୍ଟ ୫ରେ ଗିରଫ କରାଯାଇଥିଲେ ମଧ୍ୟ ଗତ ସେପ୍ଟେମ୍ବର ୧୭ରେ ତାଙ୍କ ବିରୁଦ୍ଧରେ ଜନ ସୁରକ୍ଷା ଆଇନ ଲଗାଯାଇଥିଲା । ଜନ ଶୃଙ୍ଖଳା ଓ ସୁରକ୍ଷା ପାଇଁ ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ତାଙ୍କୁ ଗୃହବନ୍ଦୀ କରାଯାଇଥିଲା । ତାଙ୍କୁ ଗୃହବନ୍ଦୀ କରିବାକୁ ତାଙ୍କ ବାସଭବନକୁ ଏକ ଜେଲ୍‌ ବୋଲି ଘୋଷଣା କରାଯାଇଥିଲା ।

ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀରର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଣ୍ଟରନେଟ୍‌ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ପରେ ପର୍ଯ୍ୟାୟକ୍ରମେ କେତେକ ନେତାଙ୍କୁ ମୁକ୍ତ କରାଯାଇଥିଲେ ମଧ୍ୟ ଫାରୁକ, ତାଙ୍କ ପୁଅ ଓମର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏପର୍ଯ୍ୟନ୍ତ ଗୃହବନ୍ଦୀ ଅଛନ୍ତି ।

ସମ୍ବନ୍ଧିତ ଖବର