ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ଫାରୁକ୍‌ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅଙ୍କୁ ଅଟକ ରଖିଲା ଜମ୍ମୁ- କଶ୍ମୀର ପୁଲିସ୍‌

ଶ୍ରୀନଗର: ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ପ୍ରତ୍ୟାହାରକୁ ବିରୋଧ କରି ଜମ୍ମୁ- କଶ୍ମୀରର କେତେକ ମହିଳା ସଂଗଠନର ନେତ୍ରୀ ଆଜି ରାଜରାସ୍ତା ଉପରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୁଲିସ୍‌ ୬ରୁ ଉର୍ଦ୍ଧ୍ୱ ମହିଳା ନେତ୍ରୀଙ୍କୁ ଅଟକ ରଖିଛି। ପୁଲିସ୍‌ ଅଟକ ରଖିଥିବା ଏହି ମହିଳା ନେତ୍ରୀମାନଙ୍କ ମଧ୍ୟରେ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସର ମୁଖ୍ୟ ଫାରୁକ୍‌ ଅବଦୁଲ୍ଲାଙ୍କ ଭଉଣୀ ସୁରେୟା ଓ ଝିଅ ସାଫିୟା ମଧ୍ୟ ସାମିଲ ଥିବା ଜାଣିବାକୁ ମିଳିଛି।

News Nation

ହସ୍ତଗତ ରିପୋର୍ଟରୁ ପ୍ରକାଶ, ଉଭୟ ସୁରେୟା ଓ ସାଫିୟା ସଙ୍ଗରେ ପ୍ରାୟ ୧୦ ଜଣ ମହିଳାଙ୍କୁ ଧରି ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ପ୍ରତ୍ୟାହାର ବିରୋଧ କରି ହାତରେ କଳାକନାଗୁଡ଼ାଇବା ସହ ପ୍ଲାକାର୍ଡ ଧରି ରାଜରାସ୍ତା ଉପରେ ବିକ୍ଷୋଭ ପ୍ରତିବାଦ କରୁଥିଲେ। ତେବେ, ପୁଲିସ୍‌ ସେମାନଙ୍କୁ ଏଥିରୁ ନିବୃତ୍ତ କରାଇବାରୁ ସେମାନେ ରାଜରାସ୍ତା ଉପରେ ଧାରଣାରେ ବସି ପଡ଼ିଥିଲେ। ଫଳରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ପୁଲିସ୍‌ ସେମାନଙ୍କୁ ରାସ୍ତା ଉପରୁ ଉଠିବାକୁ ଅନୁରୋଧ କରିଥିଲେ ସୁଦ୍ଧା ସେମାନେ ନିଜ ଜିଦ୍‌ରେ ଅଟଳ ରହିବାରୁ ପୁଲିସ୍‌ ସେମାନଙ୍କୁ ଅଟକ ରଖିବା ସହ ସେଠାରୁ ନେଇ ଯାଇଥିଲା।

ସମ୍ବନ୍ଧିତ ଖବର