ନୂଆଦିଲ୍ଲୀ: ଧାର୍ମିକ ମତଭେଦ ସୃଷ୍ଟି କରୁଥିବା ରାଜନେତାଙ୍କଠାରୁ ଦୂରେଇ ରହିବାକୁ ଚେତାବନୀ ଦେଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କଂଗ୍ରେସର ସଭାପତି ଫାରୁକ୍ ଅବଦୁଲ୍ଲା। ଶନିବାର ଦିନ ସେ ଧାର୍ମିକ ମତଭେଦ ସୃଷ୍ଟି କରି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ରାଜନେତାଙ୍କୁ ନେଇ ଜନସମାବେଶକୁ ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି ଯେ, ନିର୍ବାଚନ ସମୟରେ ସେମାନେ 'ହିନ୍ଦୁ ଖତରେ ମେଁ ହେ' ସ୍ଲୋଗାନ ଦେବେ। କିନ୍ତୁ ମୁଁ ଆପଣଙ୍କୁ ଏହାର ଶିକାର ନହେବାକୁ ଅନୁରୋଧ କରୁଛି। ଏଭଳି କହି ଅବଦୁଲ୍ଲା ବିଜେପିକୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି।
ଜମ୍ମୁ କଶ୍ମୀରର ଅଖନୁର ଜିଲ୍ଲାରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବାବେଳେ ଅବଦୁଲ୍ଲା କହିଛନ୍ତି ଯେ, କୌଣସି ଧର୍ମ ଖରାପ ନୁହେଁ। ମଣିଷ ଏହାକୁ ଖରାପ କରୁଛି। ମଣିଷମାନେ ଦୁର୍ନୀତିଗ୍ରସ୍ତ, ଧର୍ମ ନୁହେଁ। ପାକିସ୍ତାନ ସହ ହାତ ମିଳାଇଥିବା ନେଇ ଅବଦୁଲ୍ଲାଙ୍କ ଉପରେ ବିରୋଧୀ ଦଳ ଆରୋପ ଲଗାଇଥିବା ବେଳେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅବଦୁଲ୍ଲା।
ସେ କହିଛନ୍ତି ଯେ, ନ୍ୟାସନାଲ କନଫରେନ୍ସ (ଏନସି) କେବେ ବି ପାକିସ୍ତାନ ସହ ହାତ ମିଳାଇନଥିଲା। ଜିନ୍ନା ମୋ ବାପାଙ୍କୁ ଭେଟିବାକୁ ଆସିଥିଲେ, କିନ୍ତୁ ଆମେ ତାଙ୍କ ସହିତ ହାତ ମିଳାଇବାକୁ ମନା କରିଥିଲୁ। ପ୍ରଭୁ ଶ୍ରୀରାମ କେବଳ ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ନୁହଁନ୍ତି, ପ୍ରଭୁ ରାମ ସମସ୍ତଙ୍କର ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, “ଆମକୁ ଏଠାରେ ୫୦,୦୦୦ ଚାକିରିର ପ୍ରତିଶ୍ରୁତି ଦିଆଯାଇଥିଲା, ଏବେ ସେମାନେ କୁଆଡେ ଗଲେ? ଆମର ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ ଏବଂ ଆମର ପିଲାମାନେ ସମସ୍ତେ ବେରୋଜଗାର। ଜଣେ ରାଜ୍ୟପାଳ ଏଭଳି କରିପାରିବେ ନାହିଁ। ଆପଣ ତାଙ୍କୁ ଏତିପାଇଁ ଉତ୍ତରଦାୟୀ କରିପାରିବେ ନାହିଁ। ଆପଣଙ୍କ ପାଇଁ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ। ”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/ସ-168.jpg)