ନୂଆଦଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାର ବର୍ଷକ ପରେ ଏନ୍ସି (ନ୍ୟାସନାଲ୍ କନଫରେନ୍ସ) ନେତା ଫାରୁକ୍ ଅବଦୁଲ୍ଲା ଆଜି ପ୍ରଥମ ଥର ପାଇଁ ସଂସଦରେ ଯୋଗ ଦେଇଛନ୍ତି। ବର୍ଷକରୁ ଅଧିକ ଦିନ ବ୍ୟବଧାନ ପରେ ଜମ୍ମୁ କାଶ୍ମୀରର ଏହି ପୂର୍ବ ମୁଖ୍ୟମନ୍ତ୍ରୀ ଫାରୁକ୍ ପ୍ରଥମ ଥର ପାଇଁ ଆଜି ସଂସଦର ମୌସୁମୀ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବାପରେ ଫାରୁକ୍ ଅବଦୁଲ୍ଲା ଏବଂ ଅନ୍ୟ ନେତାମାନଙ୍କୁ ଅଟକ ରଖାଯାଇଥିଲା। ଆଜି ବହୁ ବରିଷ୍ଠ ନେତା ତଥା କଂଗ୍ରେସ ନେତା ଶଶି ଥରୁର୍ ଏବଂ ମନୀଶ ତିୱାରୀ, ଏନ୍ସିପିର ସୁପ୍ରିୟା ସୁଲେ, ଡିଏମ୍କେର ଏ ରାଜା , ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦଉଦ୍ଦିନ୍ ଅୱେସି ଫାରୁକ୍ଙ୍କୁ ସ୍ବାଗତ କରିଥିଲେ। ଉଲ୍ଲେଖଯୋଗ୍ୟ ଗତ ଶୀତ ଅଧିବେଶନରେ ଫାରୁକ୍ ଅବଦୁଲ୍ଲାଙ୍କ ଅନୁପସ୍ଥିତି ନେଇ ଅନେକ ବିରୋଧୀ ନେତା ପ୍ରଶ୍ନ ଉଠାଇଥିଲେ। ଫାରୁକ୍ଙ୍କୁ ସଂସଦରେ ଯୋଗ ଦେବାପାଇଁ ଅନୁମତି ଦେବାକୁ ବିରୋଧୀ ନେତାମାନେ ଦାବି କରିଥିଲେ।
ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ସଂସଦରେ ଯୋଗ ଦେଲେ ଫାରୁକ୍
/sambad/media/post_attachments/wp-content/uploads/2020/09/abdullah.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)