ଲକ୍ଷ୍ନୌ : ଉତ୍ତରପ୍ରଦେଶର ଫାରୁକାବାଦ ଜିଲ୍ଲାର ମହମ୍ମଦାବାଦ ଅଞ୍ଚଳର ଜଣେ ଅପରାଧୀ ୨୦ ଶିଶୁଙ୍କୁ ମୁଣ୍ଡଜାମିନ୍ କରି ରଖିଥିଲା। ୯ ଘଣ୍ଟା ପରେ ଆଜି ରାତିରେ ପିଲାମାନଙ୍କୁ ଉଦ୍ଧାର କରାଯାଇଛି।
ଅପରାଧୀ ଜଣକ ଏହି ପିଲାମାନଙ୍କୁ ନିଜ ଘରକୁ ଡାକିନେଇ ପଣବନ୍ଦୀ କରିଥିଲା। ପଣବନ୍ଦୀ ଥିବା ଶିଶୁ ଓ ମହିଳାଙ୍କୁ ଯିଏ ଉଦ୍ଧାର କରିବାକୁ ଉଦ୍ୟମ କରୁଥିଲା ତାଙ୍କ ଉପରକୁ ଗୁଳି ଚଳାଉଥିଲା। ଉତ୍ତରପ୍ରଦେଶର ଫାରୁକାବାଦର ସୁବାସ ବାଥମ ନାମକ ଜାମିନରେ ଆସିଥିବା ଏହି ହତ୍ୟା ଅପରାଧୀ ନିଜ ଘରେ ଏହି ଶିଶୁ ଓ ମହିଳାମାନଙ୍କୁ ପଣବନ୍ଦୀ କରି ରଖିଥିଲା। କୌଶଳକ୍ରମେ ସୁବାସ ନିଜ ଘରେ ଜନ୍ମଦିନ ପାଳନ କରିବାକୁ ପଡୋଶୀ ପିଲାମାନଙ୍କୁ ଏବଂ ମହିଳାଙ୍କୁ ଡାକି ଘର ଭିତରେ ତାଲା ପକାଇଦେଇଥିଲା। ପଣବନ୍ଦୀ ରଖିଥିବା ଶିଶୁ ଓ ମହିଳାମାନଙ୍କୁ ଛାଡ଼ି ଦେବାକୁ ଗାଁ ଲୋକେ କହିବାରୁ ସେ ପାଲଟା ଗୁଳି ଚଳାଉଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ସହ ଉକ୍ତ ଘରକୁ ଘେରାଉ କରିଥିଲା। ସମସ୍ତ ପଣବନ୍ଦୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ତାଲିମପ୍ରାପ୍ତ ପୁଲିସ ଟିମ୍ ନିୟୋଜିତ ହୋଇଥିଲେ ବୋଲି ଉତ୍ତର ପ୍ରଦେଶ ପୁଲିସ ଡିଜି ଓ.ପି. ସିଂହ କହିଛନ୍ତି। ଏହି ଅପରେସନ ୯ ଘଣ୍ଟା ଧରି ଚାଲିଥିଲା ଏବଂ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସଂପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/farrukhabad-297.jpg)