ଜମ୍ମୁକାଶ୍ମୀରକୁ ଧାରା-୩୭୦ ନ ଫେରିବା ଯାଏଁ ମରିବି ନାହିଁ: ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଧାରା-୩୭୦ ଫେରାଇଆଣିବାକୁ ପିଡିପି ନେତ୍ରୀ ମେହବୁବା ମୁଫତିଙ୍କ ସହ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ପ୍ରାଣପଣେ ଲାଗିପଡିଛନ୍ତି | ମୁଫତି ଜାମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ଏବେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲା ମଧ୍ୟ ଜାମ୍ମୁରେ ପହଞ୍ଚିଛନ୍ତି। ଉଭୟେ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଥିଲେ। ଫାରୁକ୍ କହିଛନ୍ତି ଯେ, ‘ଆମକୁ ପାକିସ୍ତାନୀ କୁହାଯାଉଛି, ଯଦି ଆମେ ଚାହିଁଥାନ୍ତୁ, ଆମେ ନିଜେ ୧୯୪୭ ମସିହାରେ ପାକିସ୍ତାନ ସହିତ ଯାଇପାରିଥାନ୍ତୁ । ଆମେ ନିଜକୁ ମହାତ୍ମା ଗାନ୍ଧୀଙ୍କ ଭାରତ ସହିତ ଯୋଡିଛୁ, ବିଜେପିର ଭାରତ ସହିତ ନୁହେଁ’।

ସେ କହିଛନ୍ତି ଯେ ‘ଯଦି ସେମାନେ ମୋତେ ମାରିବାକୁ ଚାହୁଁଛନ୍ତି ମାରିଦିଅନ୍ତୁ । ଯଦିଓ ମୋର ବୟସ ୮୦ ବର୍ଷରୁ ଅଧିକ, ତଥାପି ମୁଁ ଏବେ ବି ଯୁବକ ଅଛି ଏବଂ ଜାମ୍ମୁ କାଶ୍ମୀରବାସୀଙ୍କୁ ସେମାନଙ୍କ ଅଧିକାର ନ ଦେଇ ମୁଁ ମରିବି ନାହିଁ | ମୁଁ ବିଜେପିକୁ ଭୟ କରେ ନାହିଁ, ଯଦି ବିଜେପିକୁ ନିଜର ସାହସ ଦେଖାଇବାକୁ ଅଛି, ତେବେ ସୀମାକୁ ଯାଇ ସାହସ ଦେଖାନ୍ତୁ ‘|

ସେହିପରି ଓମାର ଅବଦୁଲ୍ଲା କହିଛନ୍ତି ଯେ,’ଜାମ୍ମୁ କାଶ୍ମୀରରେ ଦଳର ୪୪+ ମିଶନ ପୂରଣ ହେବାରୁ ବିଜେପି କାଶ୍ମୀରବାସୀଙ୍କଠାରୁ ପ୍ରତିଶୋଧ ନେଉଛି। ଗତ ଏକ ବର୍ଷ ମଧ୍ୟରେ ସରକାର କ’ଣ କରିଛନ୍ତି? ମୁଁ ରାଜ୍ୟପାଳଙ୍କୁ ପଚାରିବାକୁ ଚାହୁଁଛି ରାଜ୍ୟରେ କେତେ କାରଖାନା ପ୍ରତିଷ୍ଠା କରାଯାଇଛି’।

ସମ୍ବନ୍ଧିତ ଖବର