ଆଙ୍କରା: କ୍ରିପ୍ଟୋକରେନ୍‌ସି ନିବେଶକଙ୍କୁ କୋଟି କୋଟି ଡଲାର୍‌ ଠକିଥିବା ତୁର୍କୀର ୨୯ ବର୍ଷିୟ ଫାରୁକ୍‌ ଫତି ଓଜେର୍‌ ଓ ତା’ର ଜଣେ ଭାଇ ଓ ଭଉଣୀଙ୍କୁ ୧୧,୧୯୬ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡାଦେଶ ହୋଇଛି।

Advertisment

୨୦୧୭ରେ ଆରମ୍ଭ ହୋଇଥିବା ‘କ୍ରିପ୍ଟୋକରେନ୍‌ସି’ ବା ‘ଭର୍ଚ୍ୟୁଆଲ୍‌ କରେନ୍‌ସି’ (ଅଦୃଶ୍ୟ ମୁଦ୍ରା) ଲାଗି ଓଜେର୍‌ ଦେଶର ଅନ୍ୟତମ ବୃହତ୍‌ ବିନିମୟ କେନ୍ଦ୍ର ‘ଥୋଡେକ୍ସ୍‌’ ସଂସ୍ଥାପନ କରିଥିଲେ। କିନ୍ତୁ, ତାଙ୍କର ଏହି ସଂସ୍ଥା ୨୦୨୧ ଏପ୍ରିଲ୍‌ରେ ହଠାତ୍ ନଷ୍ଟ ହୋଇଯିବାରୁ ନିବେଶକମାନଙ୍କ ପୁଞ୍ଜି ଉଭେଇ ଯାଇଥିଲା।

publive-image Image Courtesy of Times Now

କମ୍ପାନିର ଆକସ୍ମିକ ପତନ ଫଳରେ ‌ଓଜେର୍‌ ଆଲବାନିଆକୁ ଖସି ପଳାଇଥିଲେ। କିନ୍ତୁ, ପୁଲିସ ତାଙ୍କୁ ଗତବର୍ଷ ଆଲ୍‌ବାନିଆରୁ ଗିରଫ କରି ତୁର୍କୀଙ୍କୁ ପ୍ରତ୍ୟର୍ପଣ କରିଥିଲା। ତାଙ୍କୁ ଅର୍ଥନୈତିକ ଦୁର୍ନୀତି, ଠକେଇ ଓ ସୁସଙ୍ଗଠିତ ଅପରାଧ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ତାଙ୍କର ଭଉଣୀ ସେରାପ୍‌ ଓ ଭାଇ ଗୁବେନ୍‌ଙ୍କୁ ମଧ୍ୟ ଏହି ମାମଲାରେ ଦୋଷୀ ସାବସ୍ତ୍ୟ କରାଯାଇ ସମାନ ପରିମାଣର ଦଣ୍ଡ ବିଧାନ କରାଯାଇଛି। ସଭିଏଁ ମିଶି ୨୦୦୦ରୁ ଅଧିକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା।

ଓଜେର୍‌ଙ୍କୁ ୪୦,୫୬୨ ବର୍ଷ ଜେଲ୍‌ ଦଣ୍ଡ ଦେବା ପାଇଁ ସରକାରୀ ଓକିଲ ବିଚାରପତିଙ୍କୁ ନିବେଦନ କରିଥିଲେ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’ ରିପୋର୍ଟ କରିଛି।

ସେ ୨ ବିଲିୟନ୍‌ ଡଲାର୍‌ର ସମ୍ପତ୍ତି ନେଇ ପଳାଇଥିଲେ ବୋଲି ତୁର୍କୀର କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।