ଫେସନ୍‌ ଡିଜାଇନର୍‌ ସତ୍ୟ ପାଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତୀୟ ଶାଢ଼ିକୁ ବିଶ୍ବରେ ନୂଆ ପରିଚୟ ଦେଇଥିବା ପ୍ରସିଦ୍ଧ ଫେସନ୍‌ ଡିଜାଇନର୍‌ ସତ୍ୟ ପାଲ୍‌ଙ୍କର ୭୯ ବର୍ଷ ବୟସରେ ତାମିଲନାଡୁର କୋଏମ୍ବାଟୁର୍‌ର ଈଶା ଯୋଗ ସେଣ୍ଟରରେ ବୁଧବାର ପରଲୋକ ହୋଇଛି। ଗତ ଡିସେମ୍ବର ମାସରେ ତାଙ୍କର ମସ୍ତିଷ୍କାଘାତ ହୋଇଥିଲା। ଅସ୍ତ୍ରୋପଚାର ପରେ ସେ ସୁସ୍ଥ ଥିଲେ ହେଁ ଗତକାଲି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବୋଲି ପାଲ୍‌ଙ୍କ ପୁଅ ପୁନିତ୍‌ ନନ୍ଦା ସୂଚନା ଦେଇଛନ୍ତି। ୬୦ ଦଶକରେ ଏକ ଛୋଟ ବ୍ୟବସାୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ୟୁରୋପ, ଆମେରିକା ଭଳି ପାଶ୍ଚାତ୍ୟ ଦେଶମାନଙ୍କରେ ସେ ଭାରତୀୟ ହସ୍ତତନ୍ତର ପ୍ରସାର କରାଇଥିଲେ। ଡିଜାଇନର୍‌ ଭାବେ ପରିଚୟ ସୃଷ୍ଟି କରିଥିବା ପାଲ୍‌ ନିଜେ ଜଣେ ସଫଳ ଉଦ୍ୟୋଗୀ ହୋଇ ପାରିଥିଲେ। ୭୦ ଦଶକ ପରେ ସେ ଜେ କ୍ରିଷ୍ଣମୂର୍ତ୍ତିଙ୍କ ପ୍ରବଚନ ଶୁଣି ସନ୍ନ୍ୟାସ ନେଇଥିଲେ।

ସମ୍ବନ୍ଧିତ ଖବର