ହ୍ବାଇଟ୍‌ ହାଉସ୍‌ରେ ପ୍ରଥମ କରୋନା ରୋଗୀ

ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହ୍ବାଇଟ୍‌ ହାଉସ୍‌ରେ ଜଣେ ସଦସ୍ୟ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କର ଜଣେ କର୍ମଚାରୀ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ତେବେ ଆମେରିକା ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି କେହି ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିନଥିବା କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିକଟରେ କରୋନା ଭାଇରସ୍‌ ପରୀକ୍ଷା‌ କରିଥିଲେ। କିନ୍ତୁ ତାଙ୍କ ଶରୀରରେ ଭାଇରସ୍‌ ପଜିଟିଭ୍‌ ନଥିଲା।

ସମ୍ବନ୍ଧିତ ଖବର