ଓ୍ଵାସିଂଟନ: ଆସନ୍ତା ଫେବ୍ରୁଆରି ୨୩ ତାରିଖରେ ଆମେରିକାରେ ପ୍ରଥମ କରି ଜଣେ ଭାରତୀୟଙ୍କୁ ଫାଶୀ ଦିଆଯିବ। ଏକ ହତ୍ୟା ମାମଲାରେ ସମ୍ପ୍ରତି ବନ୍ଦୀ ଥିବା ରଘୁନନ୍ଦନ ୟାନ୍ଦାମୁରି ନାମକ ଏହି ଭାରତ-ଆମେରିକୀୟଙ୍କୁ ୨୦୧୪ ମସିହାରେ ମୃତ୍ୟୁଦଣ୍ଡ ମିଳିଥିଲା। ଜଣେ ୬୧ ବର୍ଷୀୟା ମହିଳା ଏବଂ ତାଙ୍କ ୧୦ ମାସର ନାତିକୁ ହତ୍ୟା କରିଥିବା ଅଭିଯୋଗରେ ରଘୁନନ୍ଦନଙ୍କୁ ଏପରି ଦଣ୍ଡିତ କରାଯାଇଛି। ସୂଚନା ଥାଉ କି, ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ରଘୁନନ୍ଦନ ଇଲେକ୍ଟ୍ରିକାଲ୍ ଆଣ୍ଡ୍ କମ୍ପ୍ୟୁଟର ସାଉନ୍ସର ଜଣେ ଡିଗ୍ରିଧାରି ଇଞ୍ଜିନିଅର। ଏଚ୍୧-ବି ଭିସା ବଳରେ ସେ ଆମେରିକାରେ ରହି ଉଚ୍ଚ ବେତନରେ ଚାକିରି କରୁଛନ୍ତି। ତେବେ ଏକ ଜାଗାବାଡ଼ିକୁ କେନ୍ଦ୍ର କରି ସେ ସଂପୃକ୍ତ ଦୃଦ୍ଧା ଏବଂ ତାଙ୍କ ନାତିକୁ ଅପହରଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ଫେବ୍ରୁଆରି ୨୩ରେ ଆମେରିକାରେ ପ୍ରଥମ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ
/sambad/media/post_attachments/wp-content/uploads/2017/09/hanging.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)