ନୂଆଦିଲ୍ଲୀ: ଅକ୍ଟୋବର ୧୩ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦ ମାମଲାର ପ୍ରଥମ ଶୁଣାଣି ହେବ। ଶୁଣାଣିରେ ନିଜ ପକ୍ଷକୁ ବଳିଷ୍ଠ ତଥ୍ୟ ଆଧାରରେ ଉପସ୍ଥାପନ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଶୁଣାଣିର ୪ ଦିନ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୫୭୦ ପୃଷ୍ଠା ସମ୍ବଳିତ ୨ଟି ଭଲ୍ୟୁମ୍ରେ ଏକ ଅନ୍ତରୀଣ ଆବେଦନ ଟ୍ରିବ୍ୟୁନାଲ୍ରେ ଦାଖଲ ହୋଇଛି। ଅନ୍ତରୀଣ ଆବେଦନରେ ଛତିଶଗଡ଼ ଦ୍ବାରା ମହାନଦୀର ଉପରମୁଣ୍ଡରେ ନିର୍ମାଣ କରାଯାଉଥିବା ବ୍ୟାରେଜ୍ଗୁଡ଼ିକର ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବା ସହ ବ୍ୟାରେଜ୍ ଗେଟ୍ ଗୁଡ଼ିକୁ କଲ୍ମା, ସାରାଡିହି, ମିରୋନି, ବସନ୍ତପୁର, ସିଅରିନାରାୟଣ ସାେମାଧା ଦ୍ବାରା ମହାନଦୀକୁ ସ୍ବାଭାବିକ ଜଳ ପ୍ରବାହରେ ଯେଭଳି ବ୍ୟାହତ ନହୁଏ ସେନେଇ ଆଦେଶ ଜାରି କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି। ନିକଟରେ ଛତିଶଗଡ଼ ଦ୍ବାରା ବ୍ୟାରେଜ୍ ଗୁଡ଼ିକର ଗେଟ୍ ବନ୍ଦ ରଖାଯିବା ମାମଲା ସମ୍ପର୍କରେ ରାଜ୍ୟ ସରକାର ଅବଗତ ହେବାପରେ ମହାନଦୀ ଜଳକୁ ସ୍ବାଭାବିକ ରୂପେ ପରିଚାଳନା କରିବାପାଇଁ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ଆଜି ଟ୍ରିବ୍ୟୁନାଲ୍ରେ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ଅନ୍ତରୀଣ ଆବେଦନରେ ମହାନଦୀ ଜଳଭଣ୍ଡାରର ଜଳକୁ କେତେ ପରିମାଣରେ ବ୍ୟବହାର କରିବେ ସେନେଇ ଅନ୍ତରୀଣ ଆଦେଶ ଜାରି କରିବାପାଇଁ କୁହାଯାଇଛି। ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ସମୁଦାୟ ୧୦.୮୩ ଏମ୍ଏଏଫ୍ରୁ ଅଧିକ ଜଳ ବ୍ୟବହାର କରିପାରିବେ ନାହିଁ, ସେନେଇ ଅନ୍ତରୀଣ ଆଦେଶ ଜାରି କରିବାପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଆବେଦନରେ ରାଜ୍ୟ ସରକାରଙ୍କ ଦ୍ବାରା ଛତିଶଗଡ଼ ଦ୍ବାରା ଭବିଷ୍ୟତରେ ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଉପରେ ରୋକ୍ ଲଗାଇବା ନେଇ ନିର୍ଦ୍ଦେଶ ଜାରି କରିବାପାଇଁ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଆନ୍ତଃରାଜ୍ୟ ନଦୀ ବିବାଦ ଆଇନ ୧୯୫୬ର ସେକ୍ସନ୍ ୫(୨)ଅନ୍ତର୍ଗତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଦ୍ବାରା ନୋଟିସ୍ ପାଇବାପରେ ଅନ୍ତରୀଣ ଆବେଦନ ଦାଖଲ କରାଯାଇ ଆେଦଶ ଜାରି କରିବା ନିମନ୍ତେ ପ୍ରାର୍ଥନା କରାଯାଇଛି।
ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍, ଅକ୍ଟୋବର ୧୩ରେ ପ୍ରଥମ ଶୁଣାଣି
ଅନ୍ତରୀଣ ଆବେଦନ ଦାଖଲ କଲେ ରାଜ୍ୟ ସରକାର
/sambad/media/post_attachments/wp-content/uploads/2018/09/mahanandi-1_2395088_835x547-m.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)