ନୌସେନାର ପ୍ରଥମ ମହିଳା ପାଇଲଟ୍‌ ଶୁଭାଙ୍ଗୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଶୁଭାଙ୍ଗୀ ସ୍ୱରୂପ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ହେବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି। କେରଳର ଏଝିମାଲା ନାଭାଲ ଏକାଡେମିରୁ ପଢ଼ା ଶେଷ କରିଥିବା ଶୁଭାଙ୍ଗୀ ଖୁବ୍‌ଶୀଘ୍ର ସାମୁଦ୍ରିକ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିବେ। ନୌସେନା କମାଣ୍ଡର ଜ୍ଞାନ ସ୍ୱରୂପଙ୍କ ସୁକନ୍ୟା ଶୁଭାଙ୍ଗୀ ଏବେ ହାଇଦ୍ରାବାଦ୍‌ରେ ତିନି ସେନାବାହିନୀର ପାଇଲଟ୍‌ମାନଙ୍କ ସହ ପେସାଦାର ତାଲିମ ନେବେ। ତାଲିମରେ ସଫଳ ହେବା ପରେ ସେ ଭାରତୀୟ ନୌସେନାବାହିନୀର ପ୍ରଥମ ମହିଳା ପାଇଲଟ ଭାବେ ବିମାନ ଉଡ଼ାଇବେ। ଉଲ୍ଲେଖ ଥାଉ କି, ଶୁଭାଙ୍ଗୀ ଯଦିଓ ନୌସେନାର ପ୍ରଥମ ପାଇଲଟ୍‌ ହେବାର କୀର୍ତ୍ତିମାନ ସଲ୍ଥାପନ କରିବେ, ତେବେ ତାଙ୍କ ପୂର୍ବରୁ ନୂଆଦିଲ୍ଲୀର ଆସ୍ଥା ସେହଗଲ, ପୁଡ଼ୁଚେରିର ରୂପା ଏ ଏବଂ କେରଳର ଶକ୍ତି ମାୟା ଏସ୍‌ ମଧ୍ୟ ନୌସେନାରେ ପ୍ରଥମ ମହିଳା ଅଫିସର ଭାବେ ଯୋଗଦେଇ ନୂଆ ଅଧ୍ୟାୟ ସୃଷ୍ଟି କରିସାରିଛନ୍ତି।

ସମ୍ବନ୍ଧିତ ଖବର