ନୂଆଦିଲ୍ଲୀ: ମାନବ ଇତିହାସରେ ପ୍ରଥମ ସୌର ଅଭିଯାନ ଆସନ୍ତା ଜୁଲାଇ ୩୧ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପାର୍କର ସୋଲାର ପ୍ରୋବ୍ର ଅନ୍ତିମ ପରୀକ୍ଷା ଶେଷ ହୋଇଛି। ଆମେରିକା ବାୟୁସେନା ଦ୍ୱାରା ଏହି ମହାକାଶ ଯାନକୁ ଆଜି ଫ୍ଲୋରିଡା ନିଆଯାଇଛି। ପୃଥିବୀପୃଷ୍ଠରୁ ଏହି ମହାକାଶ ଯାନକୁ ଉତ୍କ୍ଷେପଣ କରାଯିବାର ଅଳ୍ପ ସମୟରେ ମଧ୍ୟରେ ଏହା ସୌରପୃଷ୍ଠରେ ପହଞ୍ଚିବ। ସୂର୍ଯ୍ୟଙ୍କ ‘କରୋନା’ କୁହାଯାଉଥିବା ବଳୟରେ ଏହି ଯାନ ପହଞ୍ଚିବା ପରେ ସୌରପୃଷ୍ଠର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ। ସୂର୍ଯ୍ୟ ଏକ ଜ୍ୱଳନ୍ତ ଅଗ୍ନିପିଣ୍ଡ ସଦୃଶ ହୋଇଥିବା ବେଳେ ଏଠାକାର ମାତ୍ରାଧିକ ତାପମାତ୍ରା କାରଣରୁ କୌଣସି ବି ବସ୍ତୁ ଏହି ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ଯିବା ସମ୍ଭବ ହୋଇ ପାରି ନାହିଁ। ତେଣୁ ଏହି ଅଭିଯାନ ଆରମ୍ଭ କରାଯିବା ପୂର୍ବରୁ ଏକାଧିକବାର ଏହି ମହାକାଶ ଯାନର ପରୀକ୍ଷା କରାଯିବ। ଏଥିରେ ଥିବା ତାପଜ ସୁରକ୍ଷାକାରୀ ବ୍ୟବସ୍ଥା ଯୋଗୁଁ ସୌରପୃଷ୍ଠର ଅତ୍ୟଧିକ ବିକିରଣ ଓ ତାପକୁ ଭେଦକରି ଏହି ଯାନ ସେଠାରୁ ତଥ୍ୟ ପଠାଇ ପାରିବ। ଉଲ୍ଲେଖଯୋଗ୍ୟ, ପୃଥିବୀ ପୃଷ୍ଠରୁ ୯୮ଲକ୍ଷ କିଲୋମିଟର ଦୂରତାରେ ସୂର୍ଯ୍ୟଙ୍କ ଏହି କରୋନା ରହିଛି। ତେବେ ଏହି ଅଭିଯାନ ସଫଳ ହେଲେ ସୌରପୃଷ୍ଠକୁ ନେଇ ଲୋକଙ୍କ ମନରେ ରହିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ମଳିପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଆମେରିକାର ପ୍ରସିଦ୍ଧ ମହାକାଶ ବିଜ୍ଞାନୀ ୟୁଜିନ୍ ପାର୍କରଙ୍କ ନାମାନୁସାରେ ଏହି ମହାକାଶ ଯାନର ନାମକରଣ କରାଯାଇଥିବା ଜଣାପଡ଼ିଛି। ୯୦ ବର୍ଷୀୟ ଏହି ବୈଜ୍ଞାନିକ ୧୯୫୮ରେ ପ୍ରଥମ ଥର ପାଇଁ କହିଥିଲେ ଯେ, ସୌରପୃଷ୍ଠରେ ମଧ୍ୟ ଝଡ଼ ସୃଷ୍ଟି ହୋଇଥାଏ।
ପ୍ରଥମ ସୌର ଅଭିଯାନ ଜୁଲାଇରେ
/sambad/media/post_attachments/wp-content/uploads/2018/04/lead2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)