ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କୋଭିଡ୍-୧୯ ଟେଷ୍ଟିଂ ସୁବିଧା ଆରମ୍ଭ କରାଯାଇଛି। ଦେଶରେ ପ୍ରଥମ ଥର ପାଇଁ ଦିଲ୍ଲୀ ବିମାନବନ୍ଦରରେ ଏଭଳି ବ୍ୟବସ୍ଥା କରାଯାଇଛି। ବିମାନବନ୍ଦରର ଟର୍ମିନାଲ୍-୩ରେ ଏହି ସୁବିଧା ଆରମ୍ଭ ହୋଇଛି। ଅନ୍ତର୍ଜାତୀୟ ଯାତ୍ରୀମାନେ ଉପଯୁକ୍ତ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ ନଥାଇ ଯାତ୍ରା କରୁଛନ୍ତି। ତେଣୁ ସେମାନେ ଟେଷ୍ଟିଂ ପାଇଁ ଆଗୁଆ ବୁକ୍ କରିପାରିବେ। ଟେଷ୍ଟ୍ କରିବାର ୪-୬ ଘଣ୍ଟା ମଧ୍ୟରେ ରିପୋର୍ଟ ମିଳିଯାଉଛି। ଯାତ୍ରୀମାନଙ୍କୁ ଏଥିପାଇଁ ସେମାନଙ୍କ ନାମ, ପୂରା ଠିକଣା ଏବଂ ସଠିକ୍ ପରିଚୟ ପତ୍ର ଦେବାକୁ ପଡ଼ିବ। ଗତକାଲି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସୁବିଧା ଆରମ୍ଭ ହୋଇଛି।
ଦେଶରେ ପ୍ରଥମ, ଦିଲ୍ଲୀ ବିମାନବନ୍ଦରରେ କୋଭିଡ୍ ପରୀକ୍ଷା
/sambad/media/post_attachments/wp-content/uploads/2020/05/Delhi_Airport.jpeg)