ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ତାଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସିଭିଲ୍ ଲାଇନ୍ ଅଞ୍ଚଳର ରାଜପୁରା ଟ୍ରାନ୍ସପୋର୍ଟ ଅଥୋରିଟିରେ କେଜ୍ରିୱାଲ୍ଙ୍କ ସହ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଭୋଟ୍ ଦେଇଛନ୍ତି। କେଜ୍ରିୱାଲ୍ଙ୍କ ପୁଅ ପୁଲକିତ ପ୍ରଥମ ଥର ପାଇଁ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବାପରେ ପରିବାର ସଦସ୍ୟଙ୍କ ସହ ଏକ ଫଟୋ ଟ୍ବିଟ୍ କରି କେଜ୍ରିୱାଲ୍ ସମସ୍ତଙ୍କୁ ଭୋଟ୍ ଦେବାପାଇଁ ଅନୁରୋଧ କରିଥିଲେ। କେଜ୍ରିୱାଲ୍ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ପୁଲକିତ କହିଥିଲେ ଲୋକମାନେ ଯାହାକୁ ବାଛିବେ ସିଏ ମୁଖ୍ୟମନ୍ତ୍ରୀ ହେବେ। ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା ମଧ୍ୟ ପ୍ରଥମ ଥର ପାଇଁ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବାପରେ ରେହାନ୍ କହିଛନ୍ତି, ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବାରୁ ଖୁବ୍ ଖୁସି ଲାଗୁଛି।
ପ୍ରଥମ ଥର ଭୋଟ୍ ଦେଲେ କେଜ୍ରିୱାଲ୍ ଏବଂ ପ୍ରିୟଙ୍କାଙ୍କ ପୁଅ
/sambad/media/post_attachments/wp-content/uploads/2020/02/fgj654ggdj8dgj78dg9j465jgd564j65gdjdgjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)