ନୂଆଦିଲ୍ଲୀ: ଫାସ୍‌ଟ୍ୟାଗ୍‌କୁ ନେଇ ଲୋକଙ୍କୁ ଏକ ବଡ ଆଶ୍ବସ୍ତି ମିଳିଛି | କାରଣ କେନ୍ଦ୍ର ସରକାର ଫାସ୍‌ଟ୍ୟାଗ୍‌ ପାଇଁ ସମୟସୀମାକୁ ୧୫ ଦିନ ପାଇଁ ବାଢ଼ିଦେଇଛନ୍ତି | ପୂର୍ବରୁ ଡିସେମ୍ବର ୧ ତାରିଖ ଠାରୁ ଦେଶରେ ଚଳାଚଳ କରୁଥିବା ସମସ୍ତ ମୋଟରଯାନ ପାଇଁ କେନ୍ଦ୍ର ସରକାର ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରି ଦେଇଥିଲେ | ନିୟମ ମୁତାବକ ବିନା ଫାସ୍‌ଟ୍ୟାଗରେ କୌଣସି ଗାଡ଼ି ଜାତୀୟ ରାଜପଥରେ ଚଳାଚଳ କରିପାରିବ ନାହିଁ। ଫାସ୍‌ଟ୍ୟାଗର ବ୍ୟବହାର ଫଳରେ ଜାତୀୟ ରାଜପଥ ଦେଇ ଯାତାୟାତ କାଳରେ ଟୋଲ ଗେଟ୍‌ମାନଙ୍କରେ ଟୋଲ ଦେୟ ପ୍ରଦାନ ପାଇଁ ଆଉ ଗାଡ଼ିମାନଙ୍କୁ ଲମ୍ବା ଲାଇନ୍‌ରେ ଠିଆ ହେବାକୁ ପଡ଼ିବ ନାହିଁ କିମ୍ବା ଯାତ୍ରୀମାନଙ୍କୁ ଏଥିପାଇଁ ଅଯଥାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ।

Advertisment

publive-image Times of India

କ’ଣ ଏହି ଫାସ୍‌ଟ୍ୟାଗ୍?
ଫାସ୍‌ଟ୍ୟାଗ ହେଉଛି ଟୋଲ ଦେୟ ଆଦାୟ ପାଇଁ ଏକ ନୂତନ ଇଲେକ୍ଟ୍ରୋନିକ୍‌ ବ୍ୟବସ୍ଥା; ଯାହାକୁ ପ୍ରଣୟନ କରିଛନ୍ତି ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)। ଗାଡ଼ିରେ ଲାଗିଥିବା ଏହି ଫାସ୍‌ଟ୍ୟାଗକୁ ଟୋଲ ଗେଟ୍‌ମାନଙ୍କରେ ଲାଗିଥିବା ରେଡିଓ ଫ୍ରି‌କ୍ବେନ୍ସି ଜରିଆରେ ଚିହ୍ନଟ କରାଯାଇ ଟୋଲ ଦେୟକୁ ସିଧାସଳଖ ଗାଡ଼ି ମାଲିକମାନଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ କିମ୍ବା ପ୍ରିପେଡ୍‌ ଆକାଉଣ୍ଟରୁ କାଟି ନିଆଯିବ। ଫଳରେ ଜାତୀୟ ରାଜପଥ ଦେଇ ଯାତାୟାତ କାଳରେ ଟୋଲ ଗେଟ୍‌ମାନଙ୍କରେ ଟୋଲ ଦେୟ ପ୍ରଦାନ ପାଇଁ ଆଉ ଗାଡ଼ିମାନଙ୍କୁ ଲମ୍ବା ଲାଇନ୍‌ରେ ଠିଆ ହେବାକୁ ପଡ଼ିବ ନାହିଁ କିମ୍ବା ଯାତ୍ରୀମାନଙ୍କୁ ଏଥିପାଇଁ ଅଯଥାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ।
କେଉଁଠି ମିଳିବ ଏହି ଫାସ୍‌ଟ୍ୟାଗ?
ଦେଶର ୨୨ଟି ବ୍ୟାଙ୍କର ପ୍ରତି ଶାଖାରେ ଏହି ଫାସ୍‌ଟ୍ୟାଗ ଉପଲବ୍ଧ ହେବ। ଜଣେ ବ୍ୟକ୍ତି ତା’ର ନିକଟତମ ବ୍ୟାଙ୍କ ଶାଖାକୁ ଯାଇ ଏହାକୁ କିଣି ପାରିବ; ନଚେତ୍‌ ବ୍ୟାଙ୍କର ୱେବ୍‌ସାଇଟ୍‌ରୁ ମଧ୍ୟ ଫାସ୍‌ଟ୍ୟାଗକୁ ଅନ୍‌ଲାଇନ୍‌ରେ କିଣି ହେବ।