ଜୟପୁର: ରାଜସ୍ଥାନର ଧୋଲପୁରରୁ ଏକ ହୃଦୟ ବିଦାରକ ଖବର ଆସିଛି। ଏଠାରେ କରୌଲି-ଧୋଲପୁରର ଏନଏଚ-୧୧ବି’ର ସୁନିପୁର ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍ଲିପର କୋଚ୍ ବସ୍ ଏବଂ ଟେମ୍ପୋ ମଧ୍ୟରେ ଧକ୍କା ଘଟିଛି। ସମସ୍ତ ମୃତକଙ୍କ ମୃତଦେହ ବାଡି ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି।

Advertisment

ମାମଲା ବାଡି ସଦର ପୁଲିସ ଷ୍ଟେସନ ଅଞ୍ଚଳର। ଟେମ୍ପୋ ଆରୋହୀ ବାଡି ସହରର ଗୁମାତ୍ ମୋହଲାଙ୍ର ବାସିନ୍ଦା । ବାରୁଲି ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସମସ୍ତେ ଫେରୁଥିଲେ। 

ମୃତକଙ୍କ ମଧ୍ୟରେ ୧୪ ବର୍ଷ ବୟସ୍କା ଆସମା, ୮ ବର୍ଷ ସଲମାନ, ୬ ବର୍ଷ ବୟସ୍କ ସାକିର, ୧୦ ବର୍ଷ ବୟସ୍କ ଦାନିଶ, ୫ ବର୍ଷ ବୟସ୍କ ଆଜାନ, ୧୯ ବର୍ଷ ବୟସ୍କ ଆଶିଆନା, ୭ ବର୍ଷ ବୟସ୍କ ସୁଖୀ ଏବଂ ୯ ବର୍ଷ ବୟସ୍କ ସାନିଫଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଏହି ଦୁର୍ଘଟଣାରେ ଦୁଇ ମହିଳା, ୩୫ ବର୍ଷିୟ ଜରିନା ଏବଂ ୩୨ ବର୍ଷିୟ ଜୁଲି ପ୍ରାଣ ହରାଇଛନ୍ତି। ଏଥିସହିତ ଏହି ଦୁର୍ଘଟଣାରେ ୩୮ ବର୍ଷିୟ ଇରଫାନ ଓରଫ ବଣ୍ଟି ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। 

ବାଡି କୋଟୱାଲୀ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ଅଧିକାରୀ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏକ ଘରୋଇ ଉତ୍ସବ କାର୍ଯ୍ୟକ୍ରମରୁ ମୃତକମାନେ ଫେରୁଥିଲେ। ଶନିବାର ରାତିରେ ସୁନିପୁର ଗ୍ରାମ ନିକଟରେ ଏକ ସ୍ଲିପର କୋଚ୍ ବସ୍ ତାଙ୍କ ଟେମ୍ପୋକୁ ଧକ୍କା ଦେଇଥିଲା।

ରବିବାର ଦିନ ସମସ୍ତ ମୃତଙ୍କର ପୋଷ୍ଟମର୍ଟମ କରାଯିବ। ଦୁର୍ଘଟଣାରେ ସମ୍ପୃକ୍ତ ଉଭୟ ଗାଡିକୁ ପୁଲିସକୁ ଜବତ କରିଛି। ଦୁର୍ଘଟଣାର କାରଣ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।