ଲକ୍ଷ୍ନୌ : ଉତ୍ତରପ୍ରଦେଶର ହାଥରସରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ହାଥରସ ନିକଟସ୍ଥ ଆଗ୍ରା-ଆଲିଗଡ଼ ରାଜପଥରେ ଏକ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ପ୍ରଚଣ୍ଡ ଧକ୍କା ହେବାରୁ ଘଟଣା ସ୍ଥଳରେ ହିଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୬ ଜଣ ଆହତ ହୋଇଥିବା ବେଳେ ୩ ଜଣ ଆହତଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ, ୪ ଜଣ ମହିଳା ଓ ୭ ପୁରୁଷ ଅଛନ୍ତି। ହାଥରସ ଜିଲ୍ଲାପାଳ ଆଶିଷ କୁମାର ଓ ଏସ୍ପି ନିପୁନ ଅଗ୍ରୱାଲ କହିଛନ୍ତି, ବସ୍ଟି ଭ୍ୟାନ୍କୁ କାଟି ଆଗକୁ ଯିବାକୁ ଚେଷ୍ଟା କରିବା ସମୟରେ ଏହି ଦୁର୍ଘଟଣା ହୋଇଛି। ଭ୍ୟାନ୍ରେ ଥିବା ଯାତ୍ରୀମାନେ ଏକ ଉତ୍ସବରୁ ଫେରୁଥିଲେ ଏବଂ ସେମାନେ ଆଗ୍ରାର ଖଦୌଲି ଗ୍ରାମକୁ ଯାଇଥାନ୍ତେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଆହତଙ୍କ ପାଇଁ ୫୦ ହଜାର କ୍ଷତିପୂରଣ ଘୋଷଣା ହୋଇଛି। ଆହତମାନଙ୍କୁ ଏବେ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁଦ୍ଧସ୍ତରରେ ଉଦ୍ଧାର କାର୍ଯ୍ୟ ହୋଇଥିବାରୁ ଅନେକଙ୍କ ଜୀବନ ବଞ୍ଚିଯାଇଛି।
ହାଥରସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ଶିଶୁ ସମେତ ୧୫ ମୃତ
ଉତ୍ତରପ୍ରଦେଶର ହାଥରସରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ହାଥରସ ନିକଟସ୍ଥ ଆଗ୍ରା-ଆଲିଗଡ଼ ରାଜପଥରେ ଏକ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ପ୍ରଚଣ୍ଡ ଧକ୍କା ହେବାରୁ ଘଟଣା ସ୍ଥଳରେ ହିଁ ୧୨ ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/media_files/MtM5Wmw3DbQoLVBwlmub.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)