ନୂଆଦିଲ୍ଲୀ : ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣ ଉପରେ ବେଆଇନ ଅର୍ଥକାରବାର ଓ ଆତଙ୍କବାଦୀ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ ବା ଏଫଏଟିଏଫ ଗମ୍ଭୀର ଚିନ୍ତା ପ୍ରକାଶ କରିଛି।
ଏଫଏଟିଏଫ କହିଛି ଯେ ଆତଙ୍କବାଦୀମାନଙ୍କୁ ପାଣ୍ଠି ହସ୍ତାନ୍ତର ନ କରି ଏପରି ଆକ୍ରମଣ କରିବା ସମ୍ଭବ ନୁହେଁ। ଏହି ବୟାନ ମାଧ୍ୟମରେ ଏଫଏଟିଏଫ ସ୍ପଷ୍ଟ କରିଦେଇଛି ଯେ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଣ ଜାରି ରହିଛି ।
ଏହି ଆକ୍ରମଣରେ ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହିତ ଏହା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛି। ଏଫଏଟିଏଫ କହିଛି ଯେ ଆତଙ୍କବାଦୀମାନଙ୍କୁ ପାଣ୍ଠି ହସ୍ତାନ୍ତର ନ କରି ଏପରି ଆକ୍ରମଣ କରିବା ସମ୍ଭବ ନୁହେଁ। ଏହି ବୟାନ ମାଧ୍ୟମରେ ଏଫଏଟିଏଫ ସ୍ପଷ୍ଟ କରିଦେଇଛି ଯେ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଣ ଜାରି ରହିଛି । ତେବେ ଏଫଏଟିଏଫ ନିଜର ଏହି ବୟାନକୁ କାର୍ଯ୍ୟାନୁଷ୍ଠାନରେ ପରିବର୍ତ୍ତନ କରିବ କି ନା ତାହା ଆଗକୁ ଜଣାପଡ଼ିବ । ତେବେ ଏହା ସତ ଯେ ଏଫଏଟିଏଫ ଯଦି ପାକିସ୍ତାନକୁ ପୁଣି ଗ୍ରେ ଲିଷ୍ଟରେ ରଖେ ତେବେ ପାକିସ୍ତାନର ଆର୍ଥିକ ସ୍ଥିତି ଦେବାଳିଆ ହୋଇଯିବ ।
ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଭାରତକୁ ଥରାଇ ନଥିଲା, ବରଂ ଏହାର ପ୍ରତିଧ୍ୱନ ଏବେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଶୁଣାଯାଇଥିଲା। ଏହାର ଜବାବରେ ଭାରତ ପାକିସ୍ତାନ ଉପରେ ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଥିଲା।