କଳାତାଲିକାଭୁକ୍ତ ହେବାରୁ ଅଳ୍ପକେ ବର୍ତ୍ତିଲା ପାକିସ୍ତାନ; ୪ ମାସ ସମୟ ଦେଲା ଏଫ୍‌ଏଟିଏଫ୍‌

ନୂଆଦିଲ୍ଲୀ : ଶୁକ୍ରବାର ପାକିସ୍ତାନ ମୁଣ୍ଡରୁ କଳା ତାଲିକାରେ ସାମିଲ ହେବାର ଡ଼ର ଓହ୍ଲାଇ ଯାଇଛି । ଆଜି ପ୍ୟାରିସ୍‌ସ୍ଥିତ ଫାଇନାନ୍ସ ଆକ୍ସନ ଟାକ୍ସ ଫୋର୍ସର ବୈଠକରେ ପାକିସ୍ତାନକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କଳା ତାଲିକାଭୁକ୍ତ  କରାଯିବ କି ନାହିଁ, ସେ ନେଇ ନିଷ୍ପତ୍ତି ନିଆଯିବାର ଥିଲା । ବୈଠକ ପରେ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ଆହୁରି ୪ମାସ ସମୟ ଦେଇଛି । କଳା ତାଲିକାରେ ସାମିଲ ହେବାରୁ ବର୍ତ୍ତିବା ପାଇଁ ପାକ୍‌ ୨୭ଟି ଆକ୍ସନ ପ୍ଲାନ୍‌ ଏଫ୍‌ଏଟିଏଫ୍‌ ଆଗରେ ରଖିଥିଲା ।

ଗତ ବର୍ଷ ଜୁନ୍‌ରେ ଏଫ୍‌ଏଟିଏଫ୍‌ ଆଗରେ ପାକ୍‌ ୨୭ଟି ଆକ୍ସନ ପ୍ଲାନ୍‌ ରଖିଥିବା ବେଳେ ଅକ୍ଟୋବର ୨୦୧୯ ମଧ୍ୟରେ ଏହାକୁ ପୂରା କରିବା ପାଇଁ କହିଥିଲା ଏଫ୍‌ଏଟିଏଫ୍‌ । କିନ୍ତୁ ପାକିସ୍ତାନର ୨୭ଟି ଆକ୍ସନ ପ୍ଲାନ୍‌ ମଧ୍ୟରୁ ଏଫ୍‌ଏଟିଏଫ୍‌ ୨୨ଟି ଆକ୍ସନ ପ୍ଲାନକୁ ଅସଫଳ ବୋଲି ଘୋଷଣା କରିଥିଲା । ଯାହା ପରେ ଆଜିର ବୈଠକରେ ଆସନ୍ତା ୪ମାସ ମଧ୍ୟରେ ସମସ୍ତ ଆକ୍ସନ ପ୍ଲାନକୁ ପୂରା କରିବା ପାଇଁ  ଏଫ୍‌ଏଟିଏଫ୍‌ ପାକିସ୍ତାନକୁ କହିଛି। ବର୍ତ୍ତମାନ ୪ମାସ ଲାଗି କଳା ତାଲିକାଭୁକ୍ତ ହେବନାହିଁ ପାକ୍  । ଫେବୃଆରି ୨୦୨୦ସୁଦ୍ଧା ପାକିସ୍ତାନକୁ ପ୍ରତିଶ୍ରୁତି ମୁତାବକ ସମସ୍ତ ଆକ୍ସ ପ୍ଲାନ୍‌କୁ ପୂରା କରିବାକୁ ହେବ ।

Image result for FATF fails Pak on 22 out of 27 targets, says move swiftly or face blacklist
India Today

ତେବେ ବ୍ଲାକ୍‌ ଲିଷ୍ଟ ହେବାରୁ ବର୍ତ୍ତିବା ପରେ ମଧ୍ୟ ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦୀଙ୍କ ସହ ସଂପୂର୍ଣ୍ଣ ଭାବେ ସଂପର୍କ ନ ଭାଙ୍ଗିଛି ବା ଆତଙ୍କବାଦୀଙ୍କ ଦମନ ପାଇଁ କାର୍ଯ୍ୟାନୁଷ୍ଠାନ ନ ନେଇଛି, ସେ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ଏଫ୍‌ଏଟିଏଫ୍‌ ନଜର ରହିବ ।

ସମ୍ବନ୍ଧିତ ଖବର