ମୋଟୀ ମହିଳାଙ୍କୁ ମୃତ୍ୟୁ ପରେ ସ୍ଵର୍ଗରେ ସ୍ଥାନ ନାହିଁ କହି ମାଡ ଖାଇଲେ ଧର୍ମଗୁରୁ

ନୂଆଦିଲ୍ଲୀ: ଦୁନିଆରେ ସବୁ ଧର୍ମର କିଛି କିଛି ଧର୍ମଗୁରୁ ରହିଛନ୍ତି |ଧର୍ମଗୁରୁମାନେ ନିଜ ଅନୁଗତମାନଙ୍କୁ ମହତ ବାଣୀ ମଧ୍ୟ ଦେଇଥାନ୍ତି | କିନ୍ତୁ ବେଳେବେଳେ ସେମାନଙ୍କ ଉପଦେଶ ଅନୁଗତଙ୍କ ମଧ୍ୟରେ ଗ୍ରହଣୀୟ ହୋଇନଥାଏ | ଯଦି ଗ୍ରହଣୀୟ ନ ହୁଏ ତେବେ ଅନୁଗତମାନେ ଧର୍ମଗୁରୁଙ୍କ ବିରୋଧୀ ହୋଇଉଠିଥାନ୍ତି | ଏଭଳି ଏକ ଘଟଣା ଏବେ ବ୍ରାଜିଲରେ ଦେଖିବାକୁ ମିଳିଛି |

ମିଳିଥିବା ସୂଚନା ମୁତାବକ ବ୍ରାଜିଲର ସାଓ ପାଓଲୋରେ ଥିବା ଏକ ଚର୍ଚ୍ଚରେ ଫାଦର(ଧର୍ମଗୁରୁ) ମାର୍ଶଲ ରସୀ କାକଓ ଏକ ଧର୍ମସଭାରେ ଲୋକଙ୍କୁ ସମ୍ବୋଧିତ କରୁଥିଲେ | ଏହି ସମୟରେ ସେ କହିଥିଲେ ଯେ ମୋଟୀ ମହିଳାମାନଙ୍କୁ ମୃତ୍ୟୁ ପରେ ସ୍ଵର୍ଗରେ ବି ସ୍ଥାନ ମିଳିନଥାଏ |

ମଞ୍ଚ ତଳେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଥିବାବେଳେ ହଠାତ ଜଣେ ମହିଳା ଏହା ଶୁଣି ମଞ୍ଚ ଉପରକୁ ଆସି ଫାଦରଙ୍କୁ ମାଡ ମାରିବା ସହ ମଞ୍ଚ ତଳକୁ ଠେଲିଦେଇଥିଲେ | ଏହି ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପୁଲିସ ମହିଳାଙ୍କୁ ଗିରଫ କରିଥିଲା | ତେବେ ମହିଳାଙ୍କ ଏଭଳି ଆଚରଣକୁ ଦେଖି ସବୁ ଲୋକ ଚକିତ ହୋଇଯାଇଥିଲେ |

ସମ୍ବନ୍ଧିତ ଖବର