ମୃତ୍ୟୁ ପ୍ରମାଣପତ୍ର ପାଇଁ କିପରି ପୁଅର ଶବକୁ କାନ୍ଧରେ ଧରି ହସ୍‌ପିଟାଲ୍‌ରେ କାନ୍ଦିକାନ୍ଦି ଦୌଡ଼ି ଥିଲେ ପିତା, ଦେଖନ୍ତୁ ଏହି କରୁଣ ଦୃଶ୍ୟ

ଲକ୍ଷ୍ମୀପୁର ଖେରୀ : ସରକାରୀ ବ୍ୟବସ୍ଥାର ଏକ ସମ୍ବେଦନଶୀଳହୀନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଜଣେ ପିତା କାନ୍ଦିକାନ୍ଦି ମୃତ ଶିଶୁର ଶବକୁ କାନ୍ଧରେ ବୋହି ହସ୍‌ପିଟାଲ୍‌ ପରିସରରେ ବୁଲୁଥିବା ଦେଖିବାକୁ ମିଳୁଛି।

ଉତ୍ତରପ୍ରଦେଶର ନୀମାଗ୍ରାମ ଥାନା ଅଞ୍ଚଳର ରମୁଆପୁର ଗ୍ରାମରେ ରହୁଥିବା ଦିନେଶ ଚାନ୍ଦ ନିଜର ଚାରିବର୍ଷର ପୁଅ ଦିବ୍ୟାଂଶୁକୁ ଜ୍ୱର ହୋଇଥିବା ହେତୁ ସେ ଜିଲ୍ଲା ହସ୍‌ପିଟାଲ୍‌ରେ ତାକୁ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ବୁଧବାର ତାର ମୃତ୍ୟୁ ହୋଇଯାଇଥିଲା। ପୁଅର ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ଉପରେ ଯେପରି ଦୁଃଖର ପାହାଡ ଖସି ପଡ଼ିଥିଲା।

ପୁଅର ମୃତଦେହକୁ ହସ୍‌ପିଟାଲ୍‌ରୁ ନେବା ପୂର୍ବରୁ ମୃତ୍ୟୁ ପ୍ରମାଣ ପତ୍ର ବନାଇବାକୁ ହେବ ବୋଲି ତାଙ୍କୁ କୁହାଯାଇଥିଲା। ଏହାପରେ ସେ ପୁଅକୁ କାନ୍ଧରେ ପକାଇ ମୃତ୍ୟୁ ପ୍ରମାଣପତ୍ର ପାଇଁ ଗୋଟିଏ କାଉଣ୍ଟରରୁ ଆଉ ଗୋଟିଏ କାଉଣ୍ଟର ଦୌଡ଼ି ଥିଲେ। କିନ୍ତୁ ତାଙ୍କ କଥା କେହି ଶୁଣୁ ନ ଥିଲେ। ଶେଷରେ ବହୁକଷ୍ଟରେ ମୃତ୍ୟୁ ପ୍ରମାଣ ପତ୍ର ପାଇ ପୁଅର ମୃତଦେହକୁ ହସ୍‌ପିଟାଲ୍‌ରୁ  ଆଣିବାରେ ସକ୍ଷମ ହୋଇଥିଲେ

ସମ୍ବନ୍ଧିତ ଖବର